ଓଡ଼ିଶାଲାଇଭ୍ ବ୍ୟୁରୋ

ସକାଳୁ ଅଫିସ୍ ଯିବା ମଧ୍ୟରେ ଅନେକ ଲୋକ ଜଳଖିଆ ନ କରି ଘରୁ ବାହାରି ଯାଇଥା’ନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଏଭଳି କରିବା ଫଳରେ ଆପଣଙ୍କୁ ହୃଦ୍‌ଘାତ ହେବାର ଆଶଙ୍କା ଅଧିକ ରହିଥାଏ। ୟୁରୋପର ଏକ ଜର୍ଣ୍ଣାଲରେ ଏ ସଂପର୍କରେ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି।

୧୧୩ ଜଣ ରୋଗୀଙ୍କୁ ନେଇ ସେହି ସର୍ବେକ୍ଷଣ କରାଯାଇଥିଲା। ସେଥିରେ ଗବେଷକମାନେ କହିଛନ୍ତି ଯେ, ସକାଳୁ ଜଳଖିଆ କରୁ ନଥିବା ଏବଂ ବିଳମ୍ବରେ ରାତ୍ରିଭୋଜନ କରୁଥିବା ଲୋକମାନଙ୍କୁ ହୃଦଘାତ ହେବାର ଆଶଙ୍କା ୪-୫ ଗୁଣ ବଢ଼ିଯାଇଥାଏ। ଏହାର ମୁଖ୍ୟ କାରଣ ହେଲା ସକାଳୁ ଜଳଖିଆ ଖାଉ ନଥିବା ଲୋକେ ମଧ୍ୟାହ୍ନଭୋଜନରେ ଖୁବ୍ ଅଧିକ ଏବଂ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କରିଥା’ନ୍ତି। ଯାହାଦ୍ୱାରା ଶରୀରରେ ଅଧିକ ଚର୍ବି ଜମାହୋଇଥାଏ।

ସେହିପରି ବିଳମ୍ବରେ ରାତ୍ରୀଭୋଜନ କରୁଥିବା ଲୋକଙ୍କର ଖାଦ୍ୟ ହଜମ ହୋଇନଥାଏ। ଯାହା ଦ୍ୱାରାକି ସେମାନଙ୍କ ଶରୀରରେ ମଧ୍ୟ ଚର୍ବି ଜମା ହୁଏ। ଏହି ଚର୍ବି ଯୋଗୁଁ ସେମାନଙ୍କୁ ପରବର୍ତ୍ତୀ ସମୟରେ ହୃଦଘାତ ହେବାର ଆଶଙ୍କା ବଢ଼ିଯାଏ।

LEAVE A REPLY

Please enter your comment!
Please enter your name here