ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍କଳ ବିଶ୍ୱବିଦ୍ୟାଳୟ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି କୋବିନ୍ଦ ଭୁବନେଶ୍ୱର ଆସିବେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପ୍ଲାଟିନମ ଜୁବୁଲି ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

୭୫ ବର୍ଷରେ ପହଞ୍ଚିଲା ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ‘ଉତ୍କଳ ବିଶ୍ୱବିଦ୍ୟାଳୟ’। ଏହି ଅବସରରେ ବାଣୀବିହାର କ୍ୟାମ୍ପସରେ ଆୟୋଜିତ ହୋଇଛି ପ୍ଲାଟିନମ ଜୁବୁଲି ଉତ୍ସବ। ୫ ଦିନ ଧରି ଆୟୋଜିତ ହେଉଥିବା ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ବହୁ ପୁରାତନ ଛାତ୍ର, ଆଲୁମିନି ତଥା ବହୁ ନେତା ମନ୍ତ୍ରୀ ଯୋଗ ଦେଇଛନ୍ତି।

ରବିବାର ପ୍ଲାଟିନମ ଜୁବୁଲି ଉତ୍ସବର ଦ୍ୱିତୀୟ ଦିନ। ଆଜିର ଉତ୍ସବରେ ଆଲୁମିନି ମିଟ୍‌ର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି।

Comment