ଓଡ଼ିଶାଲାଇଭ୍‌ ବ୍ୟୁରୋ

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟରେ ବିଭିନ୍ନ ପଦବୀରେ ବାହାରିଲା ନିଯୁକ୍ତି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଫିସ୍‌ ଆସିଷ୍ଟାଣ୍ଟ, ସିନିୟର ଲାଇବ୍ରେରିଆନ୍‌, ଲାଇବ୍ରେରିଆନ୍‌, ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ପଦବୀ ପାଇଁ ଓ୍ଵାକ-ଇନ୍‌-ଇଣ୍ଟରଭ୍ୟୁ କରାଯିବ।

ଇଣ୍ଟରଭ୍ୟୁ ତାରିଖ

  • ଅଫିସ୍‌ ଆସିଷ୍ଟାଣ୍ଟ – ୬.୧୨.୨୦୧୯, ସକାଳ ୧୧ଟା ୩୦
  • ସିନିୟର ଲାଇବ୍ରେରିଆନ୍‌ – ୬.୧୨.୨୦୧୯, ଅପରାହ୍‌ଣ ୩ଟା ୧୫
  • ଲାଇବ୍ରେରିଆନ୍‌ – ୬.୧୨.୨୦୧୯, ଅପରାହ୍‌ଣ ୩ଟା ୧୫
  • ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ – ୬.୧୨.୨୦୧୯, ଅପରାହ୍‌ଣ ୩ଟା ୧୫

ଶିକ୍ଷାଗତ ଯୋଗ୍ୟତା

  • ଅଫିସ୍‌ ଆସିଷ୍ଟାଣ୍ଟ – ଗ୍ରାଜୁଏସନ୍‌ ପାସ୍‌ କରିଥିବା ଦରକାର
  • ସିନିୟର ଲାଇବ୍ରେରିଆନ୍‌ – ଲାଇବ୍ରେରି କୋର୍ସରେ ବ୍ୟାଚଲର ଓ ମାଷ୍ଟର ଡିଗ୍ରୀ କରିଥିବା ଦରକାର।
  • ଲାଇବ୍ରେରିଆନ୍‌ – ଲାଇବ୍ରେରି କୋର୍ସରେ ବ୍ୟାଚଲର ଓ ମାଷ୍ଟର ଡିଗ୍ରୀ କରିଥିବା ଦରକାର।
  • ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ – ଲାଇବ୍ରେରିରେ ବ୍ୟାଚଲର ଡିଗ୍ରୀ କରିଥିବା ଦରକାର

କେମିତି କରିବେ ଆବେଦନ

ଇଚ୍ଛୁକ ପ୍ରାର୍ଥୀମାନେ ଓ୍ଵେବସାଇଟ୍‌ www.rdwuniversity.nic.in କୁ ଯାଇ ଆବେଦନ ପତ୍ର ଡାଉନ୍‌ଲୋର୍ଡ କରିପାରିବେ। ଆବେଦନ ପତ୍ରକୁ ପୂରଣ କରି ସମସ୍ତ ପ୍ରମାଣ ପତ୍ର ସହ ଡିସେମ୍ଵର ୬ ତାରିଖରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ରେଜିଷ୍ଟାରଙ୍କ ଚାମ୍ବରରେ ପହଞ୍ଚିବାକୁ ହେବ।

Comment