ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଓଡ଼ିଶା ଫେରିଲା ହକି ବିଶ୍ଵକପ୍‌। ଆଗାମୀ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ଆୟୋଜନ ହେବ। ଏନେଇ ବୁଧବାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ହକି ଷ୍ଟାଡିୟମରେ ଖେଳାଯିବ।

୨୦୧୮ ପୁରୁଷ ହକି ବିଶ୍ୱକପ୍ ପରି ଆଗାମୀ ୨୦୨୩ ହକି ପୁରୁଷ ବିଶ୍ୱକପ୍ ମଧ୍ୟ ଓଡ଼ିଶାରେ ଆୟୋଜନ ହେବ। ଲଗାତାର ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବାବେଳେ ଚତୁର୍ଥ ଥର ପାଇଁ ଭାରତରେ ଏହା ଆୟୋଜନ କରାଯିବ।

୨୦୧୮ ପୁରୁଷ ହକି ବିଶ୍ୱକପକୁ ସଠିକ୍ ଭାବେ ପରିଚାଳନା ପରେ ହକି ଇଣ୍ଡିଆ ପୁଣିଥରେ ଏହି ଦାୟିତ୍ୱ ଓଡ଼ିଶାକୁ ଦେଇଛି।

Comment