ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ରାଥୁରାମ ଗଡ୍‌ସେଙ୍କୁ ପୁଣିଥରେ ଦେଶ ଭକ୍ତ କହିଲେ ଭୋପାଳର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର। ବୁଧବାର ଲୋକସଭାରେ ଅଧିବେଶନରେ ଚାଲିଥିବା ବିତର୍କରେ ପ୍ରଜ୍ଞା ଠାକୁର ଗଡ୍‌ସେଙ୍କୁ ଦେଶ ଭକ୍ତ କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟ ଶୁଣି ସଂସଦରେ ହୋହଲ୍ଲା ଆରମ୍ଭ ହୋଇଯାଇଥିଲା।

ବୁଧବାର ଲୋକସଭାରେ ଏସ୍‌ପିଜି ଶଂସୋଧନ ବିଲ୍‌ ଉପରେ ଚର୍ଚ୍ଚା ହୋଇଥିଲା। ଏବାବଦରେ ଡିଏମ୍‌କେ ସାଂସଦ ଏ ରାଜା ଗଡ୍‌ସେଙ୍କ କଥା ଉଠାଇ ଶାସକ ଦଳକୁ ପ୍ରଶ୍ନ କରିଥିଲେ ଯେ, ଗଡ୍‌ସେ କାହିଁକି ଗାନ୍ଧୀଙ୍କୁ ମାରିଥିଲେ?

ଏହି ସମୟରେ ପ୍ରଜ୍ଞା ଠାକୁର ବିତର୍କରେ ହସ୍ତକ୍ଷେପ କରି କହିଥିଲେ, “ଆପଣ ଜଣେ ଦେଶଭକ୍ତଙ୍କ ଉଦାହରଣ ଦେଇପାରିବେନି।” ପ୍ରଜ୍ଞାଙ୍କ ଏଭଳି ମନ୍ତବ୍ୟ ଶୁଣି ସଂସଦରେ ଆରମ୍ଭ ହୋଇଥିଲା ହଙ୍ଗାମା। ବିରୋଧୀ ଦଳର ନେତାମାନେ ପ୍ରଜ୍ଞାଙ୍କ ଏଭଳି ବୟାନକୁ ନିନ୍ଦା କରିଥିଲେ। ଏହାପରେ ତାଙ୍କ ବୟାନକୁ ସଂସଦର କାର୍ଯ୍ୟତାଲିକାରୁ ହଟାଇ ଦିଆଯାଇଥିଲା।

ତେବେ ଏହା ପ୍ରଥମ ଥର ନୁହେଁ। ଏହା ପୂର୍ବରୁ ନିର୍ବାଚନ ସମୟରେ ମଧ୍ୟ ପ୍ରଜ୍ଞା ଠାକୁର ରାଥୁରାମ ଗଡ୍‌ସେଙ୍କୁ ଦେଶ ଭକ୍ତ କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟକୁ ବିଜେପି ନିନ୍ଦା କରିଥିଲେ ଏବଂ ତାଙ୍କୁ କ୍ଷମା ମାଗିବା ପାଇଁ କହିଥିଲେ। ଶେଷରେ ନିଜର ମନ୍ତବ୍ୟ ପାଇଁ ପ୍ରଜ୍ଞାଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ କେବେ କ୍ଷମା କରିପାରିବେନି ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here