ଓଡ଼ିଶାଲାଇଭ୍ ବ୍ୟୁରୋ

ଲୁଣର ଅଧିକ ମାତ୍ରାରେ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ ଆପଣଙ୍କୁ ଜାଣିବା ଦରକାର ଯେ, ଖାଦ୍ୟରେ କେତେ ମାତ୍ରାରେ ଲୁଣ ପକାଇବେ।

ଖାଦ୍ୟରେ ଲୁଣ ପକାଇବା ଅତ୍ୟନ୍ତ ଜରୁରୀ। ହେଲେ ଲୁଣ ଅଧିକ ଖାଇଲେ ଏହା ଉଚ୍ଚ ରକ୍ତଚାପଠୁ ଆରମ୍ଭ କରି ଅନ୍ୟାନ୍ୟ ରୋଗକୁ ନିମନ୍ତ୍ରଣ କରିଥାଏ।

ଆମେରିକାର ହାର୍ଟ ଆସୋସିଏସନ୍‌ ମୁତାବକ, ପ୍ରତ୍ୟେକ ବ୍ୟକ୍ତି ଗୋଟେ ଦିନରେ ୨,୩୦୦ ମିଲିଗ୍ରାମ୍‌ର ଲୁଣ ଖାଇବା ଦରକାର।

ଆମେରିକାରେ ଜଣେ ବ୍ୟକ୍ତି ଦିନକରେ ୩,୪୦୦ ମିଲିଗ୍ରାମ୍‌ର ଲୁଣ ସେବନ କରୁଛନ୍ତି, ଯାହା ସବୁଠାରୁ ଅଧିକ। ୭୦ ପ୍ରତିଶତ ଲୋକ ପ୍ୟାକେଟ୍‌ରେ ଆସୁଥିବା ଖାଦ୍ୟ ପଦାର୍ଥ ମାଧ୍ୟମରେ ଲୁଣ ଖାଇଥା’ନ୍ତି। କାରଣ ପ୍ୟାକେଟ୍‌ରେ ମିଳୁଥିବା ଖାଦ୍ୟରେ ଅଧିକ ଲୁଣ ମିଶିଥାଏ।

ଅଧିକ ଲୁଣର ସେବନ ହାର୍ଟ ଜନିତ ସମସ୍ୟାର କାରଣ ହୋଇଥାଏ। ଯଦି ଆପଣ ଅଧିକ ମାତ୍ରାରେ ଲୁଣ ଖାଉଛନ୍ତି, ତେବେ ଡିହାଇଡ୍ରେସନ୍‌ ହୋଇପାରେ।

ଯଦି ଆବଶ୍ୟକୀୟ ମାତ୍ରାଠୁ କମ୍‌ ଲୁଣ ଖାଇଲେ ବି ବିଭିନ୍ନ ସମସ୍ୟା ହେବାର ଆଶଙ୍କା ଥାଏ।

ଲୁଣରେ ସୋଡିୟମ୍‌ ଓ କ୍ଲୋରିନ୍‌ ଭଳି ତତ୍ୱ ଥାଏ। ଯଦି ଶରୀରରେ ଲୁଣର ମାତ୍ରା କମ୍‌ ରହେ, ତେବେ ମୁଣ୍ଡ ବିନ୍ଧିବା ଏବଂ ଦୁର୍ବଳ ଲାଗିଥାଏ।

Comment