ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଗଲା ବସ୍‌। ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପଞ୍ଚୁପାଣ୍ଡବ ନିକଟରେ। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ରବିବାର ସକାଳ ପ୍ରାୟ ୮ଟା ବେଳେ ଏହି ଅଘଟଣ ଘଟିଥିଲା। ଫୁଲବାଣୀରୁ ଭୁବନେଶ୍ଵର ଆସୁଥିବା ‘ଫ୍ରେଣ୍ଡସ’ ନାମକ ଏକ ଯାତ୍ରୀବାହୀ ବସ୍‌ ଭାରସ୍ୟାମ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା। ଏଥିରେ ୬୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି।

ପରେ ଘଟଣାସ୍ଥଳରେ ପୋଲିସ ଓ ଦମକଳବାହିନୀ ପହଞ୍ଚିଥିଲେ। ଦମକଳ ବାହିନୀ ବସ୍‌ରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଏହାସହ ଆହତ ଯାତ୍ରୀମାନଙ୍କୁ ନୟାଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Comment