ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏମିତି ବି ଆସେ ମୃତ୍ୟୁ। ଚାକିରିରେ ଯୋଗ ଦେବା ପୂର୍ବରୁ ସଡ଼କ ଦୁର୍ଘଟଣାରେ ଜୀବନ ହରାଇଲେ ଯୁବକ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦାବାଲି, ନଛିପୁର ଛକ ନିକଟରେ। ମୃତକ ହେଲେ ଭଦ୍ରକ ନୂଆଶାସନ ଗାଁର ରାଜେନ୍ଦ୍ର ସାହୁ।

ଗୁରୁବାର ରାଜେନ୍ଦ୍ର ତାଙ୍କର ଜଣେ ବନ୍ଧୁ ନିରଞ୍ଜନ ତ୍ରିପାଠୀଙ୍କୁ ନେଇ ଏକ ଘରୋଇ କମ୍ପାନିରେ ଚାକିରିରେ ଯୋଗ ଦେବାକୁ ଢେଙ୍କାନାଳ ଅଭିମୁଖେ ଯାଉଥିଲେ।  ନଛିପୁର ନିକଟରେ ତାଙ୍କ ବାଇକକୁ ଏକ ହାଇଓ୍ୱା ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା ବେଳେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ନିରଞ୍ଜନ।

ଗୁରୁତର ଅବସ୍ଥାରେ ନିରଞ୍ଜନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣା ଘଟାଇ ଫେରାର ଥିବା ହାଇଓ୍ୱାକୁ ଖୋଜୁଛି।

Comment