ଓଡ଼ିଶାଲାଇଭ୍ ବ୍ୟୁରୋ

ଆପଣଙ୍କର ପାନକାର୍ଡ ଅଛି କି? ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣଙ୍କ ପାଖରେ ପାନକାର୍ଡ ଅଛି, ତେବେ ଡିସେମ୍ବର ୩୧ ତାରିଖ ପୂର୍ବରୁ ଏହାକୁ ନିଜର ଆଧାର ନମ୍ବର ସହ ଲିଙ୍କ୍ କରାଇନିଅନ୍ତୁ।

ଯଦି ଆପଣ ନିଜର ପାନକାର୍ଡକୁ ଆଧାର ସହ ଲିଙ୍କ୍ ନକରନ୍ତି, ତେବେ ଆପଣଙ୍କ ପାନକାର୍ଡ ଅକାମୀ ହୋଇଯିବ। ଆୟକର ବିଭାଗର ନିର୍ଦ୍ଦେଶ ଅନୁସାରେ, ଏପରି ନକଲେ  ଆପଣଙ୍କର କୌଣସି ପାନକାର୍ଡ ନାହିଁ ବୋଲି ଧରିନିଆଯିବ।

ପାନକାର୍ଡ ସହ ଆପଣ ନିଜର ଆଧାର ନମ୍ବରକୁ ଅନଲାଇନ୍ ଜରିଆରେ ଲିଙ୍କ୍ କରିପାରିବେ।

ଆପଣଙ୍କ ପାନକାର୍ଡକୁ ଆଧାର ଲିଙ୍କ କରିବାକୁ ଚାହୁଁଥିଲେ ଏହି ଲିଙ୍କରେ କ୍ଲିକ୍ କରନ୍ତୁ :

https://www1.incometaxindiaefiling.gov.in/e-FilingGS/Services/LinkAadhaarHome.html

Comment