ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ର ହିଟ୍‌ ଯୋଡ଼ି ରଣବୀର-ଦୀପିକାଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିବ ଆଗାମୀ ଫିଲ୍ମରେ। ଏହି ହିଟ୍‌ ଯୋଡ଼ିଙ୍କ ଅନ୍‌ ସ୍କ୍ରିନ୍‌ ଲଭ୍‌ ଷ୍ଟୋରୀ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଦୁହେଁ ଏକାଠି ମାତ୍ର ୩ଟି ଫିଲ୍ମ କରିଥିଲେ ମଧ୍ୟ ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି। ତେବେ ନିର୍ଦ୍ଦେଶକ ଲଭ୍‌ ରଞ୍ଜନଙ୍କ ଆଗାମୀ ଫିଲ୍ମରେ ଉଭୟଙ୍କୁ ପୁଣି ଥରେ ଦେଖିବାକୁ ମିଳିବ।

ବର୍ତ୍ତମାନ ରଣବୀର କପୁର ‘ବ୍ରହ୍ମାସ୍ତ୍ର’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଆଲି ଭଟ୍ଟ, ଅମିତାଭ ବଚ୍ଚନ, ମୌନି ରଏ ଭଳି ପ୍ରମୁଖ କଳାକାର ଅଭିନୟ କରୁଛନ୍ତି। ବର୍ତ୍ତମାନ ଫିଲ୍ମର ସୁଟିଂ ମନାଲିରେ ଚାଲିଛି। ତେବେ ଫିଲ୍ମର ରିଲିଜ ପରେ ରଣବୀର ତାଙ୍କ ଆଗାମୀ ଫିଲ୍ମ ପାଇଁ ସାଇନ କରିପାରନ୍ତି।

ଏହା ପୁର୍ବରୁ ରଣବୀର-ଦୀପିକା ବଚନା ଏ ହସିନୋ, ୟେ ଜୱାନି ହୈ ଦିୱାନୀ, ତମାଶା ଫିଲ୍ମରେ କାମ କରିଛନ୍ତି। ଏହି ଫିଲ୍ମାରେ ଉଭୟଙ୍କ ଅଭିନୟକୁ ଦର୍ଶକ ବେଶ୍‌ ଭଲ ପାଇବା ଦେଇଛନ୍ତି।

Comment