ଓଡ଼ିଶାଲାଇଭ୍‌ ବ୍ୟୁରୋ

dumper

ବାଇକରେ ଯାଉଥିବା ବେଳେ ସ୍ଵାମୀ, ସ୍ତ୍ରୀଙ୍କ ଉପରେ ଓଲଟି ପଡ଼ିଥିଲା ଆଇରନ ବୋଝେଇ ଡମ୍ପର। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କଳିଙ୍ଗ ନଗର ଥାନା ଅଞ୍ଚଳରେ। ଆଇରନ ତଳେ ଚାପି ହୋଇଯାଇଥିବା ଦମ୍ପତ୍ତିଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

କଳିଙ୍ଗ ନଗର ଥାନା ତାଳଜଙ୍ଗା ଗାଁର ଏକ ଦମ୍ପତ୍ତି ବାଇକରେ ଯାଉଥିଲେ। ପଙ୍କପାଳ ବଙ୍ଗଳା ଛକ ନିକଟରେ ଏକ ଆଇରନ ବୋଝେଇ ଡମ୍ପର ଭାରସାମ୍ୟ ହରାଇ ତାଙ୍କ ଉପରେ ଓଲଟି ପଡ଼ିଥିଲା। ଫଳରେ ସ୍ଵାମୀ, ସ୍ତ୍ରୀ ଆଇରନ ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ଵାମୀଙ୍କ ଗୋଡ଼ କଟି ଯାଇଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ପରେ ଡ୍ରାଇଭର ଘଟମାସ୍ଥଳରୁ ଫେରାର ହୋଇଯାଇଛି। ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି।

Comment