ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ରେ ମିହିର ଦାସ ଶ୍ରେଷ୍ଠ ଅଭିନେତା, ଅର୍ଚ୍ଚିତା ସାହୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ ହେବେ।

୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର। ଓଡ଼ିଆ, ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ପୁରସ୍କାର ଘୋଷଣା କରିଛନ୍ତି। ୨୭ଟି ବର୍ଗ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ସଂଳାପକାର ବିଜୟ ମିଶ୍ରଙ୍କୁ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯିବ। ଓଡ଼ିଆ ଫିଲ୍ମରେ ଜୀବନ ବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ଜୟଦେବ ସମ୍ମାନ ପାଇଁ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ।

ସେହିପରି ଫିଚର ଫିଲ୍ମ ‘ଭିଜା ମାଟିର ସ୍ୱର୍ଗ’ କୁ ଶ୍ରେଷ୍ଠ ଫିଲ୍ମ ଭାବେ ମନୋନିତ କରାଯାଇଛି। ଶ୍ରେଷ୍ଠ ଫିଲ୍ମକୁ ପୁରସ୍କାର ବାଦରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମନମୋହନ ମହାପାତ୍ର, ଶ୍ରେଷ୍ଠ ଅଭିନେତା ମିହିରି ଦାସଙ୍କ ନାମ ଘୋଷଣା କରାଯାଇଛି। ଚାମ୍ପିଅନ୍‌ ଫିଲ୍ମ ପାଇଁ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯିବ।

ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ୱର୍ଗ’ ପାଇଁ ଅକ୍ଷୟ ପରିଜାଙ୍କୁ ‘ମୋହନ ସୁନ୍ଦର ଦେବ ଗୋସ୍ୱାମୀ‘ ସମ୍ମାନରେ ସମ୍ମାନିତ କରାଯିବ।

‘ଓଲେ ଓଲେ ଦିଲ୍‌ ବୋଲେ’ ଫିଲ୍ମ ପାଇଁ ବସନ୍ତରାଜ ସାମଲ ଶ୍ରେଷ୍ଠ ଗୀତିକାର, ସାଥୀ ତୁ ଫେରି ଆ ଫିଲ୍ମ ପାଇଁ କଣ୍ଠଶିଳ୍ପୀ କରୁଣାକରଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ, ‘ଫେରି ଆ’ ଫିଲ୍ମ ପାଇଁ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ସମ୍ମାନ ପ୍ରଦାନ କରାଯିବ।

‘ଦିୱାନା ହେଲି ତୋ ପାଇଁ’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତ୍ରୀ ଭାବେ ରାକ୍ଷୀ ଏବଂ ଶିଶୁ କଳାକାର ଭାବେ ସାର୍ଥକ ହୋତାଙ୍କୁ ପୁରସ୍କାର ପ୍ରଦାନ କରାଯିବ।

Comment