ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁର କଟାଛକରେ ୩୪୯ କିଲୋଗ୍ରାମର ଗଞ୍ଜେଇ ସହ ତିନି ଜଣଙ୍କୁ ଗିରଫ କରିଛି ବୈପାରୀଗୁଡ଼ା ପୋଲିସ।   ଲମତାପୁଟଠାରୁ ଉତ୍ତରପ୍ରଦେଶକୁ ଏକ ଚାରିଚକିଆ ଯାନରେ ୧୪ଟି ପ୍ୟାକେଟରେ ୩୪୯ କେଜି ଗଞ୍ଜେଇ ଚୋରାଚାଲାଣ ହେଉଥିଲାl

ବୈପାରୀଗୁଡା ପୋଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ ଏହି ଗଞ୍ଜେଇ ଗାଡିକୁ ଧରିବା ସହ ୩ ଜଣ ବେପାରୀଙ୍କୁ ଗିରଫ କରିଛି।

୩ ଯୁବକଙ୍କୁ  ପୋଲିସ କୋର୍ଟ ଚାଲାଣ କରି ଜୟପୁରକୁ ପଠାଇଥିବା ବୈପାରୀଗୁଡା ଥାନା ଅଧିକାରୀ ମହେନ୍ଦ୍ର କୁମାର ସାହୁ କହିଛନ୍ତି।

Comment