ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସ୍‌ଇରେ ୩୫୭ ପଦରେ ଚାକିରି ସୁଯୋଗ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୧୬।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ)ରେ ଚାକିରି କରିବାର ବଡ଼ ସୁଯୋଗ। ସିବିଏସ୍‌ଇର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ଵର ୧୬ ସୁଦ୍ଧା ଆବେଦନ କରିପାରିବେ।

ଆସିଷ୍ଟାଣ୍ଟ ସେକ୍ରେଟେରୀ

  • ପଦବୀ – ୧୪
  • ବୟସ – ୪୦ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ଗ୍ରାଜୁଏସନ ପାସ୍‌ କରିଥିବା ଦରକାର।

ଆସିଷ୍ଟାଣ୍ଟ ସେକ୍ରେଟେରୀ (ଆଇଟି)

  • ପଦବୀ – ୦୭
  • ବୟସ – ୪୦ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ବି.ଇ, ବି.ଟେକ(ଆଇଟି), ଏମ୍‌.ଏସ୍‌ସି(ଆଇଟି), ଏମ୍‌ସିଏ

ଆନାଲିଷ୍ଟ(ଆଇଟି)

  • ପଦବୀ – ୧୪
  • ବୟସ – ୩୫ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ବି.ଇ, ବି.ଟେକ(ଆଇଟି), ଏମ୍‌.ଏସ୍‌ସି(ଆଇଟି), ଏମ୍‌ସିଏ

ଜୁନିଅର ହିନ୍ଦୀ ଟ୍ରାନ୍ସଲେଟର

  • ପଦବୀ – ୦୮
  • ବୟସ – ୩୦ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ହିନ୍ଦୀରେ ପିଜି କରିଥିବା କିମ୍ଵା ହିନ୍ଦୀ ଓ ଇଂରାଜୀ ବିଷୟ ଇଲେକ୍ଟିଭ ରଖିଥିବା ଆବଶ୍ୟକ।

ସିନିୟର ଆସିଷ୍ଟାଣ୍ଟ

  • ପଦବୀ – ୬୦
  • ବୟସ – ୩୦ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ଗ୍ରାଜୁଏସନ ସହ କମ୍ପ୍ୟୁଟର ଜାଣିଥିବା ଦରକାର।

ଷ୍ଟେନୋଗ୍ରାଫର

  • ପଦବୀ – ୨୫
  • ବୟସ – ୨୭ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ଗ୍ରାଜୁଏସନ ସହ ସର୍ଟହାଣ୍ଡ ଜାଣିଥିବା ଦରକାର।

ଆକାଉଣ୍ଟଟାଣ୍ଟ

  • ପଦବୀ – ୦୬
  • ବୟସ – ୩୦ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ବାଣିଜ୍ୟରରେ ଗ୍ରାଜୁଏସନ ପାସ୍‌ କରିଥିବା ଦରକାର।

ଜୁନିୟର ଆସିଷ୍ଟାଣ୍ଟ

  • ପଦବୀ – ୨୦୪
  • ବୟସ – ୨୭ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ଯୁକ୍ତ ଦୁଇ ପାସ୍‌ କରିଥିବା ସହ ସର୍ଟହାଣ୍ଡ ଜାଣିଥିବା ଦରକାର।

ଜୁନିୟର ଆକାଉଣ୍ଟଟାଣ୍ଟ

  • ପଦବୀ – ୧୯
  • ବୟସ – ୨୭ ବର୍ଷ
  • ଶିକ୍ଷାଗତ ଯୋଗ୍ୟତା – ବାଣିଜ୍ୟରରେ ଗ୍ରାଜୁଏସନ ପାସ୍‌ କରିଥିବା ଦରକାର।

ଆବେଦନ ପ୍ରକ୍ରିୟା

ଇଚ୍ଛୁକ ପ୍ରାର୍ଥୀମାନେ ଓ୍ଵେବସାଇଟ www.cbse.nic.in କୁ ଯାଇ ଅନଲାଇନ ରେଜିଷ୍ଟ୍ରେସନ କରିବେ। ଅଧିକ ତଥ୍ୟ ପାଇଁ ଓ୍ଵେସାଇଟରେ ଉପଲବ୍ଧ ଥିବା ବିଜ୍ଞାପନ ଦେଖିପାରିବେ।

ଶେଷ ତାରିଖ

  • ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ – ୧୫.୧୧.୨୦୧୯
  • ଦରଖାସ୍ତ ଆବେଦନର ଶେଷ ତାରିଖ – ୧୬.୧୨.୨୦୧୯
  • ଅନଲାଇନରେ ଫିସ୍‌ ଭରିବାର ଶେଷ ତାରିଖ – ୧୬.୧୨.୨୦୧୯

Comment