ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋଲଗେଟରେ ସ୍ଵଚ୍ଚତା ଓ ଭିଡ଼ କମାଇବାକୁ ଲାଗୁ ହେବ ‘ଓ୍ଵାନ ନେସନ ଓ୍ଵାନ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା। ଡିସେମ୍ବର ୧୫ରୁ ଅର୍ଥାତ୍‌ ଆଜିଠୁ ଏହି ନିୟମ ଲାଗୁ ହୋଇଛି।

ଏହି ଫାସ୍‌ଟ୍ୟାଗ୍‌ ଚାରିଚକିଆ ଯାନର ଓ୍ୱିଣ୍ଡ ସ୍କ୍ରିନ୍‌ରେ ଲଗାଯିବ। ପ୍ରତି ଟୋଲ ଗେଟ୍‌ରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ଟେକ୍ନୋଲୋଜି(ଆରଏଫଆଇଡି) ରହିବ, ଯାହା ଆପଣଙ୍କ ଗାଡ଼ିରେ ଲାଗିଥିବା ଟ୍ୟାଗ୍‌କୁ ରିଡ କରିପାରିବ। ଫଳରେ ଫାସ୍‌ଟ୍ୟାଗ୍‌ ଗାଡ଼ି ଟୋଲ ଗେଟ୍ ଦେଇ ଯାତାୟତ କରିବା ସମୟରେ ପ୍ରିପେଡ କିମ୍ବା ସେଭିଙ୍ଗ୍ ଆଉଣ୍ଟରରୁ ଟଙ୍କା ଟ୍ରାନ୍ସଫର ହୋଇଯିବ। ଫଳରେ ଟୋଲ ଗେଟ୍ ଦେଇ ଯାତାୟତ କରୁଥିବା ଗାଡ଼ିଗୁଡ଼ିକୁ ଅଟକିବାକୁ ପଡ଼ିବନି।

କେଉଁଠି ପାଇବେ ଫାସ୍‌ଟ୍ୟାଗ୍‌?

  • ସମସ୍ତ ଏନ୍‌ଏଚ୍‌ର ଟୋଲପ୍ଲାଜାରୁ ଫାସ୍‌ଟ୍ୟାଗ୍‌ ପାଇପାରିବେ।
  • ଆର୍‌ଟିଓ
  • ଟ୍ରାନ୍ସପୋର୍ଟ ହବ୍‌
  • ଅନ୍‌ଲାଇନ୍‌ରୁ ବି ଆପଣ ଫାସ୍‌ଟ୍ୟାଗ୍‌ ପାଇପାରିବେ।

ଏହି ବ୍ୟାଙ୍କରୁ ଫାସ୍‌ଟ୍ୟାଗ୍‌ କିଣିପାରିବେ

  • ଆଇସିଆଇସିଆଇ ବ୍ୟାଙ୍କ
  • ଏଚ୍‌ଡିଏଫ୍‌ସି
  • ଆକ୍ସିସ୍‌ ବ୍ୟାଙ୍କ
  • ଅନ୍‌ଲାଇନ୍‌ ଜରିଆରେ ଫାସ୍‌ଟ୍ୟାଗ୍‌ କିଣିପାରିବେ
  • ଫାସ୍‌ଟ୍ୟାଗ୍ ଆପଣ ଆମାଜନ୍‌ ଆପ୍‌ ଏବଂ ଆମାଜନ୍‌ ଓ୍ୱେବ୍‌ସାଇଟ୍‌ରୁ ପାଇପାରିବେ।

Comment