ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିଠୁ ଜାତୀୟ ରାଜପଥଗୁଡ଼ିକରେ ଫ୍ୟାସଟ୍ୟାଗ ବାଧ୍ୟତାମୂଳକ ହୋଇଯିବ। ଆପଣଙ୍କ ଗାଡ଼ିରେ ଫାସଟ୍ୟାଗ ନଥିଲେ ଆପଣଙ୍କୁ ଦୁଇ ଗୁଣା ଶୁଳ୍କ ଦେବାକୁ ପଡ଼ିବ। ଏନେଇ ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କୌଣସି ଗାଡ଼ିରେ ଯଦି ଫାସଟ୍ୟାଗ ଲାଗି ନଥାଏ, କିମ୍ବା ତାହା କାମ କରୁନଥାଏ, ତାହେଲେ ସେହି ଗାଡ଼ି ଯଦି ଟୋଲପ୍ଲାଜାର ଫାସଟ୍ୟାଗ ଲେନରେ ପ୍ରବେଶ କରେ ସେଗୁଡ଼ିକୁ ଜାତୀୟ ରାଜପଥ ଶୁଳ୍କ ନିୟମ ୨୦୦୮ ଅନୁଯାୟୀ ଦୁଇଗୁଣା ଶୁଳ୍କ ଦେବାକୁ ପଡ଼ିବ।

କିନ୍ତୁ ଯଦି ଫ୍ୟାସଟ୍ୟାଗ ଥାଏ ତେବେ ଡିଜିଟାଲ ମୋଡରେ ଶୁଳ୍କ ଆଦାୟ ବଢ଼ିବ। ଏହାସହିତ ଗାଡ଼ିଗୁଡ଼ିକ ଟୋଲପ୍ଲାଜାରେ ଅଧିକ ସମୟ ରହିବାକୁ ପଡ଼ିବ ନାହିଁ।

ଫାସଟ୍ୟାଗ ନଥିଲେ ଫେବ୍ରୁଆରି ୧୫ ମଧ୍ୟରାତ୍ରୀରୁ ଏହି ନିୟମ ଲାଗୁ ହୋଇଛି। ଅର୍ଥାତ୍‌ ଫେବ୍ରୁଆରି ୧୫ ରାତିରୁ ଜାତୀୟ ରାଜପଥରେ ଥିବା ସବୁ ଲେନକୁ ଫାସଟ୍ୟାଗ ଲେନରେ ପରିଣତ କରାଯାଇଛି।

ଚଳିତ ବର୍ଷ ଜାନୁଆରି ପହିଲାରୁ ଏହି ନିୟମ ଲାଗୁ ହେବାର ଥିଲା। କିନ୍ତୁ ପରେ ଏହାକୁ ୧୫ ଫେବ୍ରୁଆରି ଯାଏଁ କୋହଳ କରାଯାଇଥିଲା।

ଫ୍ୟାସଟ୍ୟାଗ୍ କ’ଣ?

ଫାସଟ୍ୟାଗ୍ ଗାଡ଼ିର ଓ୍ୱିଣ୍ଡୋ ସ୍କ୍ରିନରେ ଲାଗିଥାଏ। ଏହା ଏକ ପ୍ରକାର କୋଡ। ଏଗୁଡ଼ିକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍(ଆରଏଫଆଇଡି)। ଯେଉଁ ଗାଡ଼ିରେ ଫାଷ୍ଟଟ୍ୟାଗ ଲାଗିଥାଏ ସେଗୁଡ଼ିକୁ ଟୋଲ ଗେଟ୍‌ରେ ଟୋଲ ଫି ଦେବା ପାଇଁ ଅଟକିବାକୁ ପଡ଼ି ନଥାଏ।

ଡିଜିଟାଲ ମାଧ୍ୟମରେ ସେମାନେ ଫି ଦେଇଥା’ନ୍ତି। ଫାସଟ୍ୟାଗ୍ ଗାଡ଼ି ଟୋଲ ଦେଇ ଯାତାୟାତ କରୁଥିବା ସମୟରେ ନିଜର ବା ମାଲିକଙ୍କ ସେଭିଙ୍ଗ୍ ଆକାଉଣ୍ଟରୁ ଫି ଆପେ ଆପେ ପୈଠ ହୋଇଯାଏ।

କେମିତି କରିବେ ଫ୍ୟାସଟ୍ୟାଗ୍?

ଏସବିଆଇ, ଏଚ୍‌ଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ

ଅନ୍‌ଲାଇନ ପ୍ଲାଟ୍‌ଫର୍ମ

ଇଣ୍ଡିଆନ୍ ଅଏଲ କର୍ପୋରେସନ୍, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମ୍

ନ୍ୟାସନଲ ହାଇଓ୍ୱେ ଅଥରିଟିର ମାଇ ଫାଷ୍ଟ ଆପ୍

ଫାଷ୍ଟଟ୍ୟାଗ କିଣିବା ପାଇଁ ଜରୁରୀ କାଗଜପତ୍ର

ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍

ଗାଡ଼ି ମାଲିକଙ୍କ ପାସ୍‌ପୋର୍ଟ ସାଇଜ୍‌ ଫଟୋ

ଗାଡ଼ି ମାଲିକଙ୍କ KYC ଡକ୍ୟୁମେଣ୍ଟ: ଆଇଡି ପ୍ରୁଫ, ଆଡ୍ରେସ୍‌ ପ୍ରୁଫ୍

Comment