ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀରେ ସଡ଼କ ସୁରକ୍ଷାର ପାଠ ପଢ଼ିବେ ଛାତ୍ରଛାତ୍ରୀ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଖୁବଶୀଘ୍ର ଏଭଳି ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ବୁଧବାର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପରିବହନ କମିସନର ସଞ୍ଜୀବ ପଣ୍ଡା।

ସେ କହିଛନ୍ତି ଯେ ଆଗାମୀ ଶିକ୍ଷାବର୍ଷରୁ ଦଶମ ଶ୍ରେଣୀର ପିଲାମାନେ ସ୍କୁଲରେ ସଡ଼କ ସୁରକ୍ଷା ପାଠ ପଢ଼ିବେ। ଏଥିପାଇଁ ଗଣଶିକ୍ଷା ବିଭାଗ ସବୁ ସ୍କୁଲକୁ ନିର୍ଦ୍ଦେଶ ଦେଇସାରିଛି। ସ୍କୁଲରେ ଛାତ୍ରାଛାତ୍ରୀମାନେ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ଜ୍ଞାନ ପାଇଲେ ରାସ୍ତାରେ ଦୁର୍ଘଟଣା କମ ହେବ ବୋଲି ସେ କହିଥିଲେ।

ବର୍ତ୍ତମାନ ସ୍କୁଲ ପିଲାମାନେ ବେଆଇନ୍ ଭାବେ ଗାଡ଼ି ଚାଳନା କରି ଧରାପଡୁଛନ୍ତି। ପରିବହନ ବିଭାଗ ସେଥିପାଇଁ ସେହି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଫାଇନ୍ ମଧ୍ୟ କାଟୁଛି। ତେଣୁ ସେମାନଙ୍କୁ ସଡ଼କ ସୁରକ୍ଷା ଜ୍ଞାନ ମିଳିଲେ ସେମାନେ ସେଥିପ୍ରତି ସଚେତନ ହୋଇପାରିବେ ବୋଲି କହିଛନ୍ତି ପରିବହନ କମିସନର।

Comment