ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆବର୍ଷରୁ ରାଜ୍ୟରେ ବାଇକ ଚାଳକଙ୍କ ପାଇଁ ଡବଲ୍‌ ହେଲମେଟ୍‌ ବାଧ୍ୟତାମୂଳକ। ଏହି ନିୟମରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ଶୁକ୍ରବାରଠାରୁ ଚେକିଂ ଜୋରଦାର ହେବ। ଉଭୟ ଗାଡ଼ି ଚାଳକ ଓ ପଛରେ ବସିଥିବା ଲୋକ ହେଲମେଟ ପିନ୍ଧି ନଥିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡ୍ରାଇଭରଙ୍କ ଲାଇସେନ୍ସକୁ ବାତିଲ କରିଦିଆଯିବ।

ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ବାଇକ ଚାଳକ ଏବଂ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ଦ୍ୱାରା ହିଁ ରାଜ୍ୟରେ ଦୁର୍ଘଟଣା ହାର କମିବ ବୋଲି ମନ୍ତ୍ରୀ କହିଛନ୍ତି।

Comment