ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥାରେ (ନାସ୍‌ନାଲ୍‌ ହାଇଓ୍ଵେ ଅଥରିଟି ଅଫ୍‌ ଇଣ୍ଡିଆ) ମ୍ୟାନେଜର ଏବଂ ଡେପୁଟି ଜେନେରାଲ ମ୍ୟାନେଜର ପଦବୀରେ ସମୁଦାୟ ୧୭୦ଟି ପଦବୀରେ ନିଯୁକ୍ତି ସୁଯୋଗ ରହିଛି। ଏନେଇ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ ତାରିଖ ଯାଏଁ ଆବେଦନ କରିପାରିବେ।

ମ୍ୟାନେଜର (ଟେକ୍ନିକାଲ): ୪୬ଟି ପଦବୀ

  • ଶିକ୍ଷାଗତ ଯୋଗ୍ୟତା– ସିଭିଲ୍‌ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ସହ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ସେକ୍ଟର (ହାଇଓ୍ଵେ, ରୋଡ୍‌, ବ୍ରିଜ୍‌) ରେ ୩ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା– ୫୬ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି
  • ଦରମା– ୬୭,୭୦୦ ଟଙ୍କା

ଡେପୁଟି ଜେନେରାଲ ମ୍ୟାନେଜର (ଟେକ୍ନିକାଲ): ୧୨୪ଟି ପଦବୀ

  • ଶିକ୍ଷାଗତ ଯୋଗ୍ୟତା– ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ସହ ଇନ୍‌ଫ୍ରାଷ୍ଟ୍ରକ୍ଚର୍‌ ସେକ୍ଟର (ହାଇଓ୍ଵେ, ରୋଡ୍‌, ବ୍ରିଜ୍‌) ରେ ୬ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।
  • ବୟସ ସୀମା– ୫୬ ବର୍ଷରୁ କମ୍‌ ବୟସ୍କ ବ୍ୟକ୍ତି
  • ଦରମା– ୭୮,୮୦୦ରୁ ୨,୦୯,୨୦୦ ଟଙ୍କା
  • ଆବେଦନ ପ୍ରକ୍ରିୟା:
  • ଆବେଦନକାରୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ। ପ୍ରାର୍ଥୀମାନଙ୍କୁ ମାର୍ଚ୍ଚ ୧୧ ସଂଧ୍ୟା ୬ଟା ପୁର୍ବରୁ ସମସ୍ତ ତଥ୍ୟ ସହ ଆବେଦନପତ୍ର ଦାଖଲ କରିବାକୁ ହେବ। ଏହିପରେ ଏହି ଆବେଦଵପତ୍ରକୁ ଭେରିଫିକେସନ୍‌ ସାର୍ଟିଫିକେଟ୍‌ ଏବଂ ଫଟୋକପି ସହ  ମାର୍ଚ୍ଚ ୨୬ ସଧ୍ୟା ୬ଟା ପୂର୍ବରୁ ନିମ୍ନଲିଖିତ ଠିକଣାରେ ପଠାଇବାକୁ ହେବ।
  • ଡିଜିଏମ୍‌ (ଏଚ୍‌ଆର୍‌ ଆଣ୍ଡ ଆଡ୍‌ମିନ୍)- ଆଇ, ଏ, ନାସ୍‌ନାଲ୍‌ ହାଇଓ୍ଵେଜ୍‌ ଅଥରିଟି ଅଫ୍‌ ଇଣ୍ଡିଆ, ପ୍ଲଟ୍‌ ନଂ-ଜି-୫ ଆଣ୍ଡ୍‌ ୬, ସେକ୍ଟର-୧୦, ଦ୍ଵାରକା, ନୂଆଦିଲ୍ଲୀ-୧୧୦୦୭୫
  • ଏହି ବିଜ୍ଞପ୍ତି ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁnhai.gov.in ଓ୍ଵେବ୍‌ସାଇଟ୍‌କୁ ଯାଆନ୍ତୁ।

Comment