ଓଡ଼ିଶାଲାଇଭ୍‌ ବ୍ୟୁରୋ

OSSSCରେ ୮୦୬ ଫରେଷ୍ଟ ଗାର୍ଡ ପଦବୀ ପାଇଁ ନିଯୁକ୍ତି, ନଭେମ୍ଵର ୨୯ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା। 

ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ବିଭିନ୍ନ ଡିଭିଜନରେ ଖାଲି ପଡ଼ିଥିବା ୮୦୬ଟି ଚୁକ୍ତିଭିତ୍ତିକ ଫରେଷ୍ଟ ଗାର୍ଡ ପଦବୀ ପାଇଁ ନିଯୁକ୍ତି ପ୍ରକାଶ ପାଇଛି। ଏନେଇ OSSSCରେ ଅନଲାଇନ ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀମାନେ ୨୯ ନଭେମ୍ଵରରୁ ୨୯ ଡିସେମ୍ଵର ପର୍ଯ୍ୟନ୍ତ ଆବେଦନ କରିପାରିବେ।

ଆବେଦନ ଆରମ୍ଭ ତାରିଖ – ୨୯.୧୧.୨୦୧୯

ଆବେଦନ କରିବାର ଶେଷ ତାରିଖ – ୨୯.୧୨.୨୦୧୯

ପଦବୀ ସଂଖ୍ୟା – ୮୦୬

ଯୋଗ୍ୟତା

  • ପ୍ରାର୍ଥୀ ଦଶମ ପାସ୍‌ କରିଥିବା ଆବଶ୍ୟକ
  • ଭାରତୀୟ ନାଗରିକ ହୋଇଥିବେ।
  • ପ୍ରାର୍ଥୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବା ଦରକାର।

କେମିତି କରିବେ ଆବେଦନ?

  • ଯେଉଁ ପ୍ରାର୍ଥୀ ନୂଆ କରି ପଞ୍ଜିକରଣ କରୁଛନ୍ତି ସେମାନେ ପ୍ରଥମେ ଓ୍ଵେବସାଇଟ୍‌ www.osssc.gov.in କୁ ଯାଇ ରେଜିଷ୍ଟର ବଟନ୍‌ରେ କ୍ଲିକ କରିବେ।
  • ଯେଉଁମାନେ ଆଗରୁ କମିସନ୍‌ ଓ୍ଵେବସାଇଟ୍‌ରେ ପୂର୍ବରୁ ଆବେଦନ କରିଛନ୍ତି ସେମାନେ ରି- ରେଜିଷ୍ଟ୍ରେସନ ବଟନ୍‌ରେ କ୍ଲିକ କରି ନିଜର ଆଇଡି ଓ ପାସ୍‌ଓ୍ଵାର୍ଡ ଦେବେ।
  • ପରେ ଦରଖାସ୍ତ ଫର୍ମକୁ ଭଲରେ ପୂରଣ କରିବେ।
  • ଏହାସହ ନିଜର ସମସ୍ତ ଶିକ୍ଷାଗତ ପ୍ରମାଣପତ୍ର ଅନଲାଇନରେ ଅପଲୋର୍ଡ କରିବେ।

ଏହି ପଦବୀର ଦରମା, ଶିକ୍ଷାଗତ ଓ ସାଧାରଣ ଯୋଗ୍ୟତା, ଦରଖାସ୍ତ ଆବେଦନ କରିବାର ପ୍ରଣାଳୀ ଓ ଅଧିକ ତଥ୍ୟ ଓ୍ଵେବସାଇଟ୍‌ www.osssc.gov.in ରେ ଉପଲବ୍ଧ ହେବ। ଇଚ୍ଛୁକ ପ୍ରାର୍ଥୀମାନେ ଓ୍ଵେବସାଇଟ ଖୋଲି ଦେଖିପାରିବେ।

Comment