ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର  ସୋମବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ପର୍ଯ୍ୟାୟରେ ମୋଟ ୧୫ଟି ଆସନରେ ସକାଳ ୭ଟାରୁ ଭୋଟ ଗ୍ରହଣ କରାଯାଉଛି। ନକ୍ସଲ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ପର୍ଯ୍ୟାୟରେ ମୋଟ ୨୨୧ ଜଣ ପ୍ରାର୍ଥୀ ରହିଛନ୍ତି। ଏଥିରେ ୨୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

ଏହି ପର୍ଯ୍ୟାୟରେ ପ୍ରାୟ ୪୭, ୮୫,୦୦୯ ଭୋଟର ନିଜର ମତ ସାବ୍ୟସ୍ତ କରିବେ। ଝାଡ଼ଖଣ୍ଡରେ ଶେଷ ପର୍ଯ୍ୟାୟ ବା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ। ଶେଷ ପର୍ଯ୍ୟାୟରେ ୧୬ଟି ଆସନରେ ଭୋଟ ପଡ଼ିବ। ୨୩ ତାରିଖରେ ଭୋଟ ଗଣତି ହେବ।

Comment