ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଆନ୍ଧ୍ରପ୍ରଦେଶର ବିଜୟୱାଡାରୁ ରେଳଧାରଣାରେ ଚାଲିଚାଲି ଝାଡ଼ଖଣ୍ଡ ଯାଉଥିବା ୧୧ ଜଣ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ।

ଏହି ପ୍ରବାସୀ ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ଏକ ଘରୋଇ କମ୍ପାନିରେ ଚାକିରି କରୁଥିଲେ। ହେଲେ ଲକଡାଉନ୍ ପରଠାରୁ କମ୍ପାନି ବନ୍ଦ ହୋଇଯାଇଥିଲା। ଏହାପରେ ସେଠାରେ ସେମାନେ ଭୋକ ଉପାସରେ କିଛି ଦିନ ରହିବା ପରେ ନିଜ ରାଜ୍ୟ ଝାଡ଼ଖଣ୍ଡ ଯିବାକୁ ବାହାରିଥିଲେ। ରେଳଧାରଣା ଉପରେ ଚାଲି ଚାଲି ସେମାନେ ଝାଡ଼ଖଣ୍ଡକୁ ଆସିବା ଆରମ୍ଭ କରିଥିଲେ। ୧୪ ଦିନ ମଧ୍ୟରେ ସେମାନେ ପ୍ରାୟ ୬୦୦ କିଲୋମିଟର ରାସ୍ତା ଚାଲି ଚାଲି ଅତିକ୍ରମ କରିଛନ୍ତି।

ତେବେ ଏନେଇ ଖବର ପ୍ରକାଶ ପାଇବା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିଛି। ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପଠାଇ ଦେଇଛି।corona

ସେହିଭଳି ଆନ୍ଧ୍ରପ୍ରଦେଶ ଭିଜୟନଗରମ ଜିଲ୍ଲାରେ କାର୍ଯ୍ୟ କରୁଥିବା ରାୟଗଡା ଜିଲ୍ଲାର କିଛି ଶ୍ରମିକ ଚାଲି ଚାଲି ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା। ସେମାନେ  ବିଷମକଟକ ଅଞ୍ଚଳର ବାସିନ୍ଧା ବୋଲି ଖବର ମିଳିଥିଲା। ଏହାପର ପୋଲିସ ସେମାନଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟ ଯାଞ୍ଚ କଲାପରେ ସଙ୍ଗରୋଧ କେନ୍ଦ୍ରକୁ ପଠାଇଥିବା ସୂଚନା ମିଳିଛି।

Comment