ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁସାରଫଙ୍କୁ ମିଳିଛି ମୃତ୍ୟୁଦଣ୍ଡ। ତାଙ୍କ ବିରୋଧରେ ଥିବା ଦେଶଦ୍ରୋହ ଓ ଦେଶ ବିରୋଧୀ ଷଡ଼ଯନ୍ତ୍ର ମାମଲାର ବିଚାର କରି ପାକିସ୍ତାନର ପେଶାୱାର କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।ମଙ୍ଗଳବାର ପାକିସ୍ତାନର ପେଶାୱାର କୋର୍ଟରେ ଜଷ୍ଟିସ୍ ୱକାର୍ ଅହମ୍ମଦ ସେଠଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ପରଭେଜ୍ ମୁସାରଫ ୨୦୦୭ ମସିହା ନଭେମ୍ବର ୩ ତାରିଖରେ ରାଷ୍ଟ୍ରପତି ଥିବା ସମୟରେ ଦେଶରେ ଜରୁରୀ ପରିସ୍ଥିତି ଜାରି କରିଥିଲେ। ସେ ସମୟରେ ସେ ଦେଶର ସମସ୍ତ ବିଚାରପତିଙ୍କୁ ଗୃହବନ୍ଦୀ କରି ରଖିଥିଲେ।

ଏହାପରେ ୨୦୧୩ରେ ତାଙ୍କ ନାଁରେ ଦେଶଦ୍ରୋହ ଓ ଦେଶ ବିରୋଧୀ ଷଡ଼ଯନ୍ତ୍ର କରିଥିବାର ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗର ବିଚାର କରାଯିବା ପରେ ୨୦୧୪ ମସିହା ମାର୍ଚ୍ଚ ୩୧ ତାରିଖରେ ତାଙ୍କୁ ଦୋଷୀ ଭାବେ ବିବେଚନା କରାଯାଇଥିଲା। ମଙ୍ଗଳବାର ପେଶାୱାର କୋର୍ଟ ଏହାର ବିଚାର କରି ମସାରଫଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।

Comment