ଓଡ଼ିଶାଲାଇଭ୍ ବ୍ୟୁରୋ

ସାହିତ୍ୟ, ସଂସ୍କୃତି ଓ ସାମାଜିକ ଅନୁଷ୍ଠାନ ‘ଓଡ଼ିଶା ପ୍ରତିଭା ପୂଜା ସଂସଦ’ ପକ୍ଷରୁ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ‘ଶ୍ରେଷ୍ଠ ପ୍ରଶାସକ’ ଭାବେ ସମ୍ମାନିତ କରାଯାଇଛି।

ରବିବାର ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଓ ସମ୍ପାଦକ କମଳାକାନ୍ତ ଦାଶ ନିରଞ୍ଜନ ସେଠୀଙ୍କୁ ମାନପତ୍ର, ଟ୍ରଫି ଓ ଉପଢ଼ୌକନ ପ୍ରଦାନ କରିଥିଲେ।

ଶ୍ରୀ ସେଠୀ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ବାଲିକୁଦାସ୍ଥିତ ଡୋଭାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ୧୯୮୮ରୁ ଓଡ଼ିଶା ସୂଚନା ସେବାରେ ଯୋଗଦେଇ କାର୍ଯ୍ୟ ତୁଲାଇ ଆସୁଛନ୍ତି।

LEAVE A REPLY

Please enter your comment!
Please enter your name here