ଓଡ଼ିଶାଲାଇଭ୍ ବ୍ୟୁରୋ
ଏଣିକି ଲଟେରୀ ଉପରେ ଲାଗିବ ୨୮ ପ୍ରତିଶତ ଜିଏସ୍ଟି। ୨୦୨୦ ମାର୍ଚ୍ଚ ୧ ତାରିଖରୁ ଏହି ଟିକସ ଲାଗୁ ହେବ। ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିଥିବା ଜିଏସ୍ଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମ ଥର ପାଇଁ ମତଦାନ ପ୍ରକ୍ରିୟାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବୁଧବାର ଜିଏସ୍ଟି ପରିଷଦର ୩୮ତମ ବୈଠକ ବସିଥିଲା। ବୈଠକରେ ଲଟେରୀ ଉପରେ କେଉଁ ସ୍ଲାବ୍ର ଜିଏସ୍ଟି ଲାଗିବ ଏନେଇ ନିଷ୍ପତ୍ତି ହୋଇପାରିନଥିଲା। ତେବେ ପ୍ରଥମ ଥର ପାଇଁ ଏହାକୁ ନେଇ ବୈଠକରେ ମତଦାନ ହୋଇଥିଲା। ମତଦାନ ପରେ ଲଟେରୀ ଉପରେ ୨୮ ପ୍ରତିଶତ ଜିଏସ୍ଟି ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା।
ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଲଟେରୀ ଉପରେ ୧୨ ପ୍ରତିଶତ ଏବଂ ସେମାନଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏଟେଣୀ ବାହାର ରାଜ୍ୟରେ ବିକ୍ରି ହେଉଥିଲେ ୨୮ ପ୍ରତିଶତ ଜିଏସ୍ଟି ଲାଗୁ ହେବ। ଆସନ୍ତା ବର୍ଷ ମାର୍ଚ୍ଚ ୧ ତାରିଖରୁ ଏହି ଟିକସ ଲାଗୁ କରାଯିବ।