ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଆରେ ହେବାକୁ ଥିବା ଜିଏସ୍‌ଟି କାଉନ୍‌ସିଲ ବୈଠକ ପୂର୍ବରୁ ନିର୍ମଳା ସୀତାରମଣ ଏକ ସମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଏହି ପ୍ରେସ୍‌ ମିଟ୍‌ରେ କମ୍ପାନି ଓ ବ୍ୟବସାୟୀମାନଙ୍କ ପାଇଁ କର୍ପୋରେଟ୍‌ ଟ୍ୟାକ୍ସ କମାଇବାକୁ ଘୋଷଣା କରିଛନ୍ତି। ନୂଆ ଘରୋଇ କମ୍ପାନିକୁ ଆକୃଷ୍ଟ କରିବା ପାଇଁ ଏହି ଘୋଷଣା କରିଛନ୍ତି ନିର୍ମଳା।

କର୍ପୋରେଟ୍‌ ଟ୍ୟାକ୍ସ ୨୫.୧୭ ପ୍ରତିଶତ କରିଦିଆଯାଇଛି। ଏହାସହ କମ୍ପାନିମାନଙ୍କୁ ଆଉ କୌଣସି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ୨୦୧୯-୨୦ ଆର୍ଥିକ ବର୍ଷରୁ ଘରୋଇ କମ୍ପାନି ୧୧% ଆୟକର ଦେବେ।

ମିନିମମ୍‌ ଅଲଟରନେଟିଭ୍ ଟ୍ୟାକ୍ସ (MAT) ୧୮.୫% ରୁ ୧୫%କୁ ହ୍ରାସ କରାଯିବ।

ନିର୍ମଳା ସୀତାରମଣ କହିଥିଲେ, ‘‘ଘରୋଇ ମ୍ୟାନୁଫ୍ୟାକ୍ଚରିଙ୍ଗ୍‌ କମ୍ପାନିଙ୍କ ପାଇଁ କର୍ପୋରେଟ୍‌ ଟ୍ୟାକ୍ସ କମିବ। ସରଚାର୍ଜ ଓ ସେସ ସହ ଏହି ଟ୍ୟାକ୍ସ ୨୫.୧୭ ପ୍ରତିଶତ ରହିବ। ଏହି ଛାଡ଼ ନୂଆ ଘରୋଇ କମ୍ପାନି ଓ କର୍ପୋରେଟ୍‌ କମ୍ପାନିଙ୍କ ପାଇଁ ଲାଗୁ ହେବ।’’

Comment