ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କର୍ପୋରେଟ୍‌ ସେକ୍ଟର ଉପରେ କରୋନା ମାଡ଼ର ମୁକାବିଲା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେତେକ ରିହାତି ଘୋଷଣା କରିଛନ୍ତି। ଚଳିତବର୍ଷ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସ ପାଇଁ ଜିଏସ୍‌ଟି ଫାଇଲ କରିବାର ତାରିଖ ଜୁନ୍‌ ୩୦କୁ ଘୁଞ୍ଚାଇ ଦିଆଯାଇଛି।

ସାଧାରଣତଃ ଜିଏସ୍‌ଟି ବାବଦ କର ଠିକଣା ସମୟରେ ପୈଠ ନ କଲେ କମ୍ପାନି ବା ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ଏହା ଉପରେ ସୁଧ ଦେବାକୁ ପଡ଼ିଥାଏ। ତେବେ ଏହି ତିନି ମାସ ପାଇଁ ଜିଏସ୍‌ଟି ବାବଦରେ କୌଣସି ସୁଧ ଲାଗୁ ହେବ ନାହିଁ ବୋଲି ନିର୍ମଳା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ତେବେ ଯେଉଁ କମ୍ପାନିର ବାର୍ଷିକ କାରବାର ୫ କୋଟି ମଧ୍ୟରେ ସୀମିତ ଏହି ରିହାତି ତା’ ପାଇଁ ଲାଗୁ ହେବ। କେବଳ ସୁଧ ନୁହେଁ ଏ ବାବଦରେ କୌଣସି ଲେଟ୍‌ ଫି ବା ପେନାଲ୍ଟି ମଧ୍ୟ ପଡ଼ିବନି।

ତେବେ ୫ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା କମ୍ପାନିକୁ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ଜିଏସ୍‌ଟି ଜମା ନ କରି ଜୁନ୍‌ ୩୦ରେ ଜମା କଲେ ସେ ବାବଦରେ କେବଳ ସୁଧ ଦେବାକୁ ହେବ। ତେବେ ସେମାନଙ୍କ ଉପରେ କୌଣସି ଲେଟ୍‌ ଫି ବା ପେନାଲ୍ଟି ଲାଗୁ ହେବ ନାହିଁ।

Comment