ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କ୍ଷତିଗ୍ରସ୍ତ ଅର୍ଥନୀତିକୁ ସୁଧାରିବାକୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏହିକ୍ରମରେ ସରକାରୀ ଚାକିରିଆଙ୍କୁ କେନ୍ଦ୍ର ସରକାର ଅଗ୍ରୀମ ୧୦ ହଜାର ଟଙ୍କା ବିନା କୌଣସି ସୁଧରେ ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି।

ଆଗକୁ ପାର୍ବଣର ଋତୁ ଆସୁଥିବାରୁ ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏହି ଘୋଷଣା କରିଛନ୍ତି। ଏହାଦ୍ୱାରା କେନ୍ଦ୍ର ସରକାର ନିଜ କର୍ମଚାରୀମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଆଗୁଆ ପ୍ରଦାନ କରିବେ। ଏହି ଟଙ୍କାକୁ କର୍ମଚାରୀମାନେ ୧୦ଟି କିସ୍ତିରେ ଫେରାଇବେ। ଏଥିପାଇଁ ସେମାନଙ୍କୁ କୌଣସି ସୁଧ ଦେବାକୁ ପଡ଼ିବନି ବୋଲି ନିର୍ମଳା ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି।ଏଥିପାଇଁ ମୋଟ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଆକଳନ କରିଛି। ତା’ସହିତ କର୍ମଚାରୀମାନେ ଏହି ସ୍କିମର ଲାଭ ଆସନ୍ତା ୨୦୨୧ ମସିହା ମାର୍ଚ୍ଚ ମାସ ୩୧ ତାରିଖ ଭିତରେ ଉଠାଇପାରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି।

Comment