ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଟ୍ରକ ଡ୍ରାଇଭର କେବେ ବି ଭାବିନଥିବ ହଠାତ କୋଟିପତି ବନିଯିବେ। ରାତାରାତି ତାଙ୍କର ଭାଗ୍ୟ ଏମିତି ଚମତ୍କାର ଦେଖାଇଲା ଯେ ଜ୍ୟାକ୍‌ପଟରେ ୨ ହଜାର କୋଟିରୁ ଅଧିକ ଟଙ୍କା ଜିତି ନେଇଛନ୍ତି। ଏହି ଘଟଣା ହେଉଛି ଆମେରିକାର।

ଜଣେ ଡ୍ରାଇଭର ନ୍ୟୁୟର୍କ ଲଟେରି ଇତିହାସରେ ଦ୍ୱିତୀୟ ସବୁଠାରୁ ବଡ଼ ରାଶି ଜିତିଥିବା ଜ୍ୟାକ୍‌ପଟ ବୋଲି ଦାବି କରୁଛନ୍ତି। ଭାରତୀୟ ମୁଲ୍ୟ ହିସାବରେ ସେ ୨୧୧୨ କୋଟି ଟଙ୍କା ଜିତିଛନ୍ତି। ୫୬ ବର୍ଷୀୟ ଡେଭିଡ ଜନସନ କହିଲେ ଯେ, “ଏବେ ବଡ଼ ରାଶି ପାଇବା ପରେ ମୁଁ ବହୁତ ଖୁସି ଅଛି। ମୁଁ ଏବେ କାମକୁ ଯାଉନାହିଁ।”

ବ୍ରୋକଲିନରେ ରହୁଥିବା ଜନସନ ୧୬ ବର୍ଷ ବୟସରେ ଜମୈକାରୁ ଆମେରିକା ଆସିଥିଲେ। ସେ ଗ୍ୟାସ ଷ୍ଟେସନ ରାସ୍ତା ପାଖରେ କାମ କରନ୍ତି, ସେଇଠୁ ହିଁ ଜନସନ ଟିକେଟକୁ କିଣିଥିଲେ। ତାଙ୍କ ବନ୍ଧୁଙ୍କ ପାଖରୁ ଶୁଣିବାକୁ ପାଇଲେ ଯେ ଗ୍ୟାସ ଷ୍ଟେସନରୁ ଯିଏ ଟିକେଟ କିଣିଥିଲେ ସେ ପୁରସ୍କାର ଜିତିଛନ୍ତି। କିନ୍ତୁ ଜନସନ ସେହି ସମୟରେ ନିଜ ଟିକେଟ ଚେକ୍‌ କରିନଥିଲେ। କିଛି ଦିନ ପରେ ସେ ନିଜର ଟିକେଟକୁ ନେଇ ଗ୍ୟାସ ଷ୍ଟେସନ ଗଲେ, ଯେଉଁଠି ତାଙ୍କୁ ଏହା ଜଣାପଡ଼ିଲା ଯେ ସେ ସେହି ପୁରସ୍କାର ଜିତିଛନ୍ତି।

ସୂଚନାଯୋଗ୍ୟ ଯେ, ନ୍ୟୁୟର୍କ ଲଟେରି ଉତ୍ତର ଆମେରିକାର ସବୁଠାରୁ ଅଧିକ ବିକ୍ରି ହେଉଥିବା ଲଟେରି ଅଟେ।

Comment