ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନଟିସିଏ)ର ଗାଇଡ୍‌ଲାଇନ୍‌କୁ ପାଳନ କରିବାରେ ରାଜ୍ୟ ବନ ବିଭାଗ ବିଫଳ ହୋଇଛି। ଯାହାର ଫଳ ସ୍ୱରୂପ ସାତକୋଶିଆର ଏନ୍‌କ୍ଲୋଜରରେ ଥିବା ବାଘୁଣୀ ‘ସୁନ୍ଦରୀ’ ମଧ୍ୟପ୍ରଦେଶ ଫେରିଯିବ। ‘ସୁନ୍ଦରୀ’କୁ ତୁରନ୍ତ ଫେରାଇଦେବା ପାଇଁ ଏନଟିସିଏ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସୁନ୍ଦରୀକୁ ଫେରାଇଦେବା ପାଇଁ କହିଛି। ବ୍ୟାଘ୍ର ପ୍ରକଳ୍ପ ପାଇଁ ମିଳିଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରାଯାଇଥିବା ଚିଠିରେ ଲେଖାଯାଇଛି। ସେହିପରି ବାଘକୁ ଛୋଟ ଏନ୍‌କ୍ଲୋଜରରେ ରଖିବା ସହିତ ଏନଟିସିଏର ଗାଇଡ୍‌ଲାଇନ୍‌ ପାଳନ ହୋଇନଥିବା ଚିଠିରେ ଉଲ୍ଲେଖ ରହିଛି।

ଯେଉଁ ଯୋଜନାକୁ ଆଧାର କରି ରାଜ୍ୟ ସରକାର ମଧ୍ୟପ୍ରଦେଶରୁ ସୁନ୍ଦରୀକୁ ଆଣିଥିଲେ, ସେ ଯୋଜନରେ ସରକାର ଫେଲ୍‌ ମାରିଛନ୍ତି। ଖୁବ୍‌ଶୀଘ୍ର ସୁନ୍ଦରୀକୁ ଓଡ଼ିଶାର ସାତକୋଶିଆରୁ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟ ପଠାଯିବ। ଏଥିସହିତ ଓଡ଼ିଶାରେ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।

Comment