ଓଡ଼ିଶାଲାଇଭ୍ ବ୍ୟୁରୋ

ଅନେକ ପୁରୁଷ ସଜବାଜ୍ ହୋଇ ଗୋଟିଏ ଜାଗାରେ ବସିବେ ଆଉ ମହିଳାମାନେ ନିଜର ମନଇଚ୍ଛା ଯେତେ ପାଇବେ ସେତେ ସ୍ୱାମୀ କରିପାରିବେ। କଥାଟି ଆପଣଙ୍କୁ ନିଶ୍ଚୟ ଟିକେ ଅଜବ ଲାଗିବ। ତେବେ କଥାଟି କିନ୍ତୁ ପୂରାପୂରି ସତ।ଏମିତି କିଛି ଦେଖିବାକୁ ମିଳୁଛି ଆଫ୍ରିକା ମହାଦେଶର ନାଇଜର ଅଞ୍ଚଳରେ ବସବାସ କରୁଥିବା ବୋଡାବେ ଜନଜାତିରେ। ଏହି ଜନଜାତିରେ ସ୍ତ୍ରୀ ଲୋକମାନେ ଏକାଧିକ ସ୍ୱାମୀ ଗ୍ରହଣ କରିବାର ପରମ୍ପରା ରହିଛି।

ପ୍ରତିବର୍ଷ ସେଠାରେ ଏକ ଉତ୍ସବର ଆୟୋଜନ କରାଯାଇଥାଏ। ସେହି ଉତ୍ସବରେ ସ୍ତ୍ରୀ ଲୋକମାନେ ନିଜର ଇଚ୍ଛା ଯେତେ ସେତେ ସଂଖ୍ୟକ ସ୍ୱାମୀ ବାଛିପାରିବେ ଏବଂ ତାଙ୍କୁ ବିବାହ କରିପାରିବେ। ଏପରିକି ଜଣେ ସ୍ତ୍ରୀ ଚାହିଁଲେ ନିଜ ପାଖରେ ୧୦ ସ୍ୱାମୀଙ୍କୁ ମଧ୍ୟ ରଖିପାରିବେ ବୋଲି ଏହି ସଂପ୍ରଦାୟରେ ପରମ୍ପରା ରହିଛି।ଏହି ଉତ୍ସବକୁ ସ୍ତ୍ରୀ ଚୋରାଇବା ଉତ୍ସବ ବୋଲି ମଧ୍ୟ କୁହାଯାଇଥାଏ। କାରଣ ଏଠାରେ ଜଣେ ପୁରୁଷ ସହ ଆସିଥିବା ସ୍ତ୍ରୀ ଉତ୍ସବ ଶେଷକୁ ଆଉ ଜଣେ ପୁରୁଷ ସହ ଘରକୁ ଯିବା ମଧ୍ୟ ଦେଖିବାକୁ ମିଳିଛି।

Comment