ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଣଜୀ କ୍ରିକେଟରେ ଓଡ଼ିଶାର ଇଂନିସ ବିଜୟ ହୋଇଛି। ଏହି ମ୍ୟାଚରେ ସର୍ଭିସେସକୁ ଏକ ଇଂନିସ ଓ ୩୧ ରନ୍‌ରେ ପରାସ୍ତ କରିଛି ଓଡ଼ିଶା। ଓଡ଼ିଶାକୁ ବର୍ତ୍ତମାନ ୧୪ ପଏଣ୍ଟ ମିଳିଛି। ଏହାସହ ରଣଜୀ ଟ୍ରଫିର ପଏଣ୍ଟ ଟେବୁଲର ଗ୍ରୁପ୍‌-‘ସି’ରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଛି।

ଏହି ମ୍ୟାଚରେ ଓଡ଼ିଶା ଟସ୍‌ ଜିତି ସର୍ଭିସେସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ସର୍ଭିସେସ ଦଳ ଚମତ୍କାର ଆରମ୍ଭ କରିଥିଲେ। ଦଳ ପକ୍ଷରୁ ନକୁଳ ହରପାଲ ବର୍ମା ଅର୍ଦ୍ଧଶତକ ହାସଲ କରିଥିଲେ। ହେଲେ ପରେ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ହୋଇ ପାରିନଥିଲେ। ରଜତ ପାଲିଓ୍ଵାଲ ଓ ଘାଲୌତ ରାହୁଲ ସିଂ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଫଳରେ ଦଳ ୨୭୧ ରନ୍‌ରେ ଅଲଆଉଟ ହୋଇଯାଇଥିଲା।

ପରେ ଓଡ଼ିଶା ତା’ର ପ୍ରଥମ ଇଂନିସ ଆରମ୍ଭ କରିଥିଲା। ଓଡ଼ିଶା ଆରମ୍ଭରୁ ଚମତ୍କାର ପ୍ରଦର୍ଶନ କରିଥିଲା। ଦଳ ପକ୍ଷରୁ ଦୁଇ ଓପନର ଅନୁରାଗ ଷଡ଼ଙ୍ଗୀ ଓ ସାନ୍ତନୁ ମିଶ୍ର ଯାଥାକ୍ରମେ ୩୭ ଓ ୩୬ ରନ୍‌ କରିଥିଲେ। ପରେ ପ୍ରଥମ ଓ୍ଵିକେଟରେ ଆସିଥିବା ଦେବାଶିଷ ସାମନ୍ତରାୟ ଦମଦାର ବ୍ୟାଟିଂ କରିଥିଲେ। ସେ ଏହି ମ୍ୟାଚରେ ୧୯୫ ରନ୍‌ କରିଥିଲେ।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଦେବବ୍ରତ ପ୍ରଧାନ ୨ଟି ଛକା ଓ ୭ଟି ଚୌକା ବଳରେ ୫୭ ରନ୍‌ କରିଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ମଧ୍ୟ ବିସ୍ଫୋରକ ୬ଟି ଛକା ଓ ୪ଟି ଚୌକା ବଳରେ ୬୪ ରନ୍‌ କରିଥିଲେ। ଫଳରେ ଦଳ ୫୪୦ ରନ୍‌ର ବିଶାଳ ସ୍କୋର କରିଥିଲା।

ପରେ ସର୍ଭିସେସ ଦ୍ଵିତୀୟ ଇଂନିସ ଆରମ୍ଭ କରିଥିଲା। ହେଲେ ଏଥର ଦଳ ପୁଣି ଫେଲ୍‌ ମାରିଥିଲା। ଦଳ ପକ୍ଷରୁ କେବଳ ବିକାଶ ହାଥଓ୍ଵାଲ ୭୧ ରନ୍‌ ଓ ଅରୁଣ ବମଲ ୪୦ ରନ୍‌ କରିଥିଲେ। ଫଳରେ ଦଳ ୨୩୮ ରନ୍‌ରେ ଅଲଆଉଟ ହୋଇଥିଲା। ଏହାସହ ଓଡ଼ିଶା ଏହି ମ୍ୟାଚରେ ୩୧ରନ୍‌ ଓ ଗୋଟିଏ ଇଂନିସରେ ବିଜୟୀ ହୋଇଛି।

Comment