ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରିବାକୁ ଯାଉଛି ୨୦୧୯ ବର୍ଷ। ନୂଆ ବର୍ଷକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସୋମବାର ଏକ ନୂଆ ଅଫର ଲଞ୍ଚ୍‌ ହୋଇଛି। ଏହାର ନାଁ ହେଉଛି ୨୦୨୦ ହାପି ନ୍ୟୁ ଇଅର ଅଫର। ଏହି ଅଫର ଜରିଆରେ ଗ୍ରାହକ ଅନ୍‌ଲିମିଟେଡ୍‌ କଲିଂ, ଦିନକୁ ଦେଢ଼ ଜିବି ଡାଟା ଏବଂ ଏସ୍‌ଏମ୍‌ଏସ୍‌ ପୂରା ୧ ବର୍ଷ ପାଇଁ ପାଇପାରିବେ। ଏଥିପାଇଁ ତାଙ୍କୁ ରିଚାର୍ଜ କରିବାକୁ ପଡ଼ିବ ନୂଆ ୨୦୨୦ ଟଙ୍କା ପ୍ଲାନ୍‌।

ଗ୍ରାହକ ଡିସେମ୍ବର ୨୪ ତାରିଖରୁ ଏହି ୨୦୨୦ ଟଙ୍କା ପ୍ଲାନ୍‌ ରିଚାର୍ଜ କରିପାରିବେ। ଫଳରେ ଆଗାମୀ ୧ ବର୍ଷ ପାଇଁ ବିନା କୌଣସି ଅତିରିକ୍ତ ରିଚାର୍ଜ କରି ଗ୍ରାହକ କଲିଂ ଏବଂ ମେସେଜ୍‌ ସୁବିଧା ପାଇପାରିବେ। ସେହିପରି ଏହି ପ୍ଲାନ୍‌ ରିଚାର୍ଜ କଲେ ଗ୍ରାହକଙ୍କୁ ଏକ ଜିଓ ଫୋନ୍‌ ଦିଆଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଅଫରକୁ ଉଭୟ ସ୍ମାର୍ଟଫୋନ ଏବଂ ଜିଓ ଫୋନ୍ ଗ୍ରାହକ ବ୍ୟବହାର କରିପାରିବେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment