ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପ୍ରଶାସନ ଆଇନକୁ ବେଖାତିର। ବନ୍ଧା ହେଲା ମାଛ ଧରା ଟ୍ରଲର। ଅଲିଭ ରିଡଲି କଇଁଛମାନଙ୍କ ପ୍ରଜନନ ସମୟ ହୋଇଥିବାରୁ ପ୍ରଶାସନ ତରଫରୁ ନଭେମ୍ଵର ମାସରୁ ମେ’ ମାସ ପର୍ଯ୍ୟନ୍ତ ସମୁଦ୍ରକୁ ମତ୍ସଜୀବୀମାନଙ୍କୁ ଯିବାକୁ କଟକଣା କରାଯାଇଛି। ଏହା ସତ୍ତ୍ଵେ ସୋମବାର ଏକ ଟ୍ରଲର ମାଛ ଧରୁଥିବା ବେଳେ ପ୍ରଶାସନ ତାକୁ ଜବତ କରିଛି।

ସୋମବାର ପାରାଦୀପର ଏକ ଟ୍ରଲରରେ ୯ଜଣ ମତ୍ସଜୀବୀ ଅସ୍ତରଙ୍ଗର ଗଙ୍ଗା ଦେବୀ ମୁହାଣଠାରୁ ଅଳ୍ପ କିଛି ଦୂରରେ ମାଛ ଧରୁଥିଲେ। ମାଛ ଧରୁଥିବା ଅବସ୍ଥାରେ ପ୍ରଶାସନ ତାଙ୍କୁ ରେଡ୍‌ କରିଥିଲା। ସେଥିରୁ ଜବତ ହୋଇଥିବା ମାଛକୁ ୧ ହଜାର ୬୨୦ ଟଙ୍କାରେ ନିଲାମ କରି ଦିଆଯାଇଛି। ଏହାସହ ମତ୍ସଜୀବୀମାନଙ୍କୁ ଅଟକ ରଖାଯାଇଛି।

ପ୍ରତ୍ୟେକ ରେଜିଷ୍ଟର ମତ୍ସଜୀବୀମାନଙ୍କ ଜୀବନ ଜୀବିକାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ତରଫରୁ ମାସକୁ ୭ହଜାର ୫୦୦ ଟଙ୍କା ଯୋଗାଇ ଦିଆଯାଉଛି। କିଛି ଅସାଧୁ ମତ୍ସଜୀବୀ ପ୍ରଶାସନ ଆଇନିକୁ ବେଖାତିର କରି ଟ୍ରଲର ସାହାଯ୍ୟରେ ମାଛ ଧରୁଛନ୍ତି।

Comment