ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଫଳ ରାଜନୀତିକ କ୍ୟାରିୟର ରହିଥିଲା, କିନ୍ତୁ ପ୍ରେମରେ ଅସଫଳ ହୋଇଥିଲେ ବାଜପେୟୀ!

ଭାରତୀୟ ରାଜନୀତିରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ ଅଟଳ ବିହାରୀ ବାଜପେୟୀ। ତାଙ୍କର ଏକ ସଫଳ ରାଜନୀତିକ କ୍ୟାରିୟର ରହିଥିଲା, ହେଲେ ପ୍ରେମରେ ଫେଲ ମାରିଥିଲେ ବାଜପେୟୀ।

ବାଜପେୟୀଙ୍କ ଆଜି ୯୫ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ କଥା…

ଅଟଳ ବିହାରୀ ବାଜପେୟୀ କୁଆଡ଼େ ଜଣେ ରାଜକୁମାରୀଙ୍କ ପ୍ରେମରେ ପଡ଼ିଥିଲେ କିନ୍ତୁ ଏହି ପ୍ରେମ କାହାଣୀ ଉପରେ କେବେ ବି ହେଲେ ବେଶୀ ଚର୍ଚ୍ଚା ହୋଇ ନାହିଁ।

କିଏ ସେହି ରାଜକୁମାରୀ?

ଗ୍ଵାଲିୟରର ଭିକ୍ଟୋରିଆ କଲେଜରେ (ବର୍ତ୍ତମାନ ଲକ୍ଷ୍ମୀବାଇ କଲେଜ) ଅଟଳ ବିହାରୀ ବାଜପେୟୀ ପାଠ ପଢ଼ୁଥିଲାବେଳେ ସେହିଠାରେ ହିଁ ଜଣେ ଯୁବତୀଙ୍କ ସହିତ ତାଙ୍କର ସାକ୍ଷାତ ହେଇଥିଲା। ସେହି ଯୁବତୀ ଜଣଙ୍କ ହେଉଛନ୍ତି ରାଜକୁମାରୀ କୌଲ୍‌। ୧୯୪୦ ଏହି ଦୁହିଁଙ୍କର ବନ୍ଧୁତା ଖୁବ ନିବିଡ଼ ଥିଲା। ସେ ସମୟରେ ବାଜପେୟୀ ପାଠ ପଢ଼ିବା ସହ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ପ୍ରଚାରକ ଦାୟିତ୍ଵ ମଧ୍ୟ ତୁଲାଉଥିଲେ।

ରାଜକୁମାରୀ କୌଲ୍‌ଙ୍କୁ ତାଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ କରିଦେଇଥିଲେ। ଏଥିରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ଅଟଳ ବିହାରୀ ବାଜପେୟୀ। ସେହିଦିନଠାରୁ ଶପଥ ନେଇଥିଲେ କି ଆଉ ବିବାହ କରିବେ ନାହିଁ। ଏହାପରେ ରାଜକୁମାରୀ କୌଲ୍‌ ଦିଲ୍ଲୀ ୟୁନିଭର୍ସିଟି ରାମଯଶ କଲେଜରେ ଚାକିରି କରିଥିଲେ। କୌଲ୍‌ଙ୍କ ପତି ମଧ୍ୟ ସେହି କଲେଜରେ ଦର୍ଶନ ବିଭାଗର ଏଚଓଡି ଥିଲେ। ବାଜପେୟୀ କୌଲ୍‌ଙ୍କ ପରିବାର ସହ ବନ୍ଧୁତା ବଜାୟ ରଖିଥିଲେ।

ବାଜପେୟୀ ତାଙ୍କର ପ୍ରେମ କେବେ ହେଲେ ପରିପ୍ରକାଶ କରିନଥିଲେ। କିନ୍ତୁ କୌଲ୍‌ଙ୍କ ବିବାହ ପରେ ମଧ୍ୟ ତାଙ୍କ ଘରକୁ ବରାବର ଯାଉଥିଲେ ବାଜପେୟୀ। ୨୦୧୪ ମେ ୨ରେ ରାଜକୁମାରୀ କୌଲ୍‌ଙ୍କ ମୃତ୍ୟୁ ହୋଇଥିଲା।

ମିଡିଆ ଖବର ଅନୁଯାୟୀ ରାଜକୁମାରୀଙ୍କର ସ୍ଵାମୀଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ନମିତା କୌଲ୍‌ଙ୍କୁ ଝିଅ ପରି ପାଳିଥିଲେ ବାଜପେୟୀ। କୌଲ୍‌ଙ୍କ ଘରର ସବୁ ଦାୟିତ୍ୱ ମଧ୍ୟ ହାତକୁ ନେଇଥିଲେ। ରାଜକୁମାରୀଙ୍କ ମୃତ୍ୟୁ ପରେ ବାଜପେୟୀଙ୍କ ସହ ବିଭିନ୍ନ ରାଜନୈତିକ ନେତା ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ସୁଷମା ସ୍ଵରାଜ, ଅରୁଣ ଜେଟଲି, ରବିଶଙ୍କର ପ୍ରସାଦଙ୍କ ଭଳି ବରିଷ୍ଠ ବିଜେପି ନେତା କୋଲଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment