ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଭାଇଜାନ ସଲମାନ ଖାନ ଆଜି ୫୪ ବର୍ଷ ବୟସରେ ପାଦ ଦେଇଛନ୍ତି।

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ। ଆଜି ୫୩ ପୂରି ୫୪ ଚାଲିଲା। ଦୀର୍ଘଦିନରୁ ବଲିଉଡରେ ରାଜ କରୁଥିବା ସଲମାନଙ୍କୁ ଆଜି ଶୁଭେଚ୍ଛାର ସୁଅ ଛୁଟିଛି। ବଲିଉଡର ଅନେକ କଳାକାରଙ୍କ ସମେତ ତାଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୬୫ ମସିହାରେ ମଧ୍ୟପ୍ରଦେଶରେ ଜନ୍ମ ନେଇଥିଲେ ଏହି ସୁପରଷ୍ଟାର। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ସଲମାନଙ୍କ ବିଷୟରେ କିଛି କଥା…

ଏଣ୍ଟ୍ରିରୁ କମାଲ

ଯଦି ବି ୧୯୮୮ରେ ‘ବିଓ୍ୱି ହୋ ତୋ ଐସି’ ଫିଲ୍ମ ମାଧ୍ୟମରେ ସଲମାନ ଡେବ୍ୟୁ କରିଥିଲେ। ତା’ ପରେ ‘ମେନେ ପ୍ୟାର କିୟା’ରେ ସଲମାନ ଏବଂ ଭାଗ୍ୟଶ୍ରୀଙ୍କ ରୋମାଣ୍ଟିକ ନମ୍ବରରେ ଦିଓ୍ୱାନା ହୋଇଥିଲେ ଫିଲ୍ମ ପ୍ରେମୀ। ୧୯୮୦ରେ ସର୍ବାଧିକ ବ୍ୟବସାୟିକ ସଫଳତା ମିଳିଥିଲା ଏହି ଫିଲ୍ମକୁ। ୯୦ଦଶକରୁ ବହୁ ଆଗଧାଡ଼ିର ଅଭିନେତ୍ରୀ ସଲମାନଙ୍କ ସହ ସ୍କ୍ରିନ ସେୟାର କରିଛନ୍ତି। ମାଧୁରୀ ଦୀକ୍ଷିତ, କରିସ୍ମା କପୁର, କାଜଲ, ଶିଳ୍ପା ସେଟ୍ଟୀ ଆଦି ଅଭିନେତ୍ରୀଙ୍କ ସହ ଅଭିନୟ କରିଛନ୍ତି ସଲୁ।

୨୦୧୮ରେ ତାଙ୍କର ଦୁଇଟି ମୁଭି ମଧ୍ୟରୁ ଟାଇଗର ଜିନ୍ଦା ହୈ ହିଟ୍ ହୋଇଥିଲା। ମାତ୍ର ‘ରେସ୍ ଥ୍ରୀ’ ଦର୍ଶକଙ୍କୁ ଆକୃଷ୍ଟ କରିପାରିନଥିଲା। ସେହିପରି ତାଙ୍କ ଅଭିନୀତ ଟ୍ୟୁବ ଲାଇଟ’ ଫିଲ୍ମ ଫ୍ଲପ୍‌ ହୋଇଥିଲା ବେଳେ ଏବେ ‘ଦବଙ୍ଗ ୩’କୁ ମଧ୍ୟ ଦର୍ଶକ ଏତେଟା ପସନ୍ଦ କରିନାହାନ୍ତି।

Comment