ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆବର୍ଷ ପୂର୍ବରୁ ଆପଣଙ୍କ ପାନ୍ ଓ ଏଟିଏମ୍ କାର୍ଡ ଯାଞ୍ଚ କରିନିଅନ୍ତୁ, ନଚେତ୍ ଏହା ଅଚଳ ହେବାର ସମ୍ଭାବନା ଅଛି।

ନୂଆବର୍ଷକୁ ଆଉ ମାତ୍ର ତିନି ଦିନ ବାକି ରହିଛି। ଏହାପୂର୍ବରୁ ଆପଣ ନିଜର ପାନ୍ କାର୍ଡ ଓ ଏଟିଏମ୍ କାର୍ଡ ଜନିତ କେତେକ କାମ ସାରିଦିଅନ୍ତୁ, ନଚେତ୍ ଆପଣଙ୍କ ଏହି ସବୁ କାର୍ଡ ଅଚଳ ହୋଇଯିବ।ନୂଆବର୍ଷଠାରୁ ଏସବିଆଇ ଏଟିଏମ୍ କାର୍ଡରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବ। ପୂର୍ବରୁ ବିନା କୌଣସି ଚିପ୍ ଥିବା ଏଟିଏମ୍ କାର୍ଡରେ ଲୋକମାନେ ଟଙ୍କା ଉଠାଇପାରୁଥିଲେ। କିନ୍ତୁ ନୂଆବର୍ଷରୁ ଏହା ବନ୍ଦ ହେବାକୁ ଯାଉଛି। ଯଦି ଆପଣଙ୍କ ପାଖରେ ଏହି ବିନା ଚିପର ଏଟିଏମ୍ କାର୍ଡ ଅଛି ତେବେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ। ନଚେତ୍ ଏହି କାର୍ଡ ଜାନୁଆରି ୧ ତାରିଖରୁ ଅଚଳ ହୋଇଯିବ।

ଆରବିଆଇର ନିର୍ଦ୍ଦେଶ ଅନୁସାରେ ସମସ୍ତ ବ୍ୟାଙ୍କ ନୂଆବର୍ଷରୁ ଏହି ନିୟମକୁ ପାଳନ କରିବାକୁ ଯାଉଛନ୍ତି। ତେବେ ନୂଆ କାର୍ଡ ପାଇବା ପାଇଁ ଆପଣ ଅନଲାଇନ୍ କିମ୍ବା ନିକଟସ୍ଥ ବ୍ୟାଙ୍କ ଶାଖାରେ ଯୋଗାଯୋଗ କରିପାରିବେ।ସେହିପରି ଯଦି ୩୧ ତାରିଖ ପୂର୍ବରୁ ଆପଣ ନିଜର ଆଧାର ନମ୍ବରକୁ ପାନ୍ କାର୍ଡ ସହ ଲିଙ୍କ୍ କରିନାହାନ୍ତି। ତେବେ ତୁରନ୍ତ ଏହାକୁ କରାଇନିଅନ୍ତୁ। ନଚେତ୍ ଆପଣଙ୍କ ପାନ୍ କାର୍ଡ ଅକାମୀ ହୋଇଯିବ। ବର୍ତ୍ତମାନ ପାନ୍ କାର୍ଡରେ ଆଧାର ଲିଙ୍କ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି।

ଅନଲାଇନରେ ପାନ୍ କାର୍ଡ ସହ ଆଧାର ଲିଙ୍କ୍ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁୁୁ।

Comment