ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲାରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ରାସ୍ତା କାମକୁ ବିରୋଧ କରି ମାଓବାଦୀ ୩ଟି ଗାଡ଼ିକୁ ପୋଡ଼ିଦେଇଛନ୍ତି। ମୁନିଗୁଡ଼ା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ ଶରଧାପୁରଠାରୁ ଥୁଆପାଡ଼ି ପର୍ଯ୍ୟନ୍ତ ହେଉଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡ଼କ ଯୋଜନାକୁ ମାଓବାଦୀ ସଙ୍ଗଠନ ବିରୋଧ କରିଛନ୍ତି। ଶୁକ୍ରବାର ରାତିରେ ୨ମହିଳା ସମେତ ୧୫ରୁ ଅଧିକ ମାଓବାଦୀ ଟିକରପଡ଼ାରେ ଥିବା ଠିକାଦାର କ୍ୟାମ୍ପରେ ପହଞ୍ଚି ସେଠାରେ ରଖାଯାଇଥିବା ହିଟାଚି, ଜେସିବି ଓ ରୋଲର ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।

ଏହାସହ ମାଓବାଦୀମାନେ ଘଟଣାସ୍ଥଳରେ ୩ଟି ହାତଲେଖା ପୋଷ୍ଟର ଛାଡ଼ିଯାଇଥିବା ଦେଖିବାକୁ ମିଳିଛି।

ଏହି ଘଟଣା ପରେ ମୁନିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓ ପୋଷ୍ଟର ଜବତ କରିବା ସହ ଘଟଣାର ଅନୁଧ୍ୟାନ କରିଛି। ଅନ୍ୟପଟେ ଶରଧାପୁର, ଟିକରପଡ଼ା ଓ ଥୁଆପାଡ଼ି ଅଞ୍ଚଳରେ କୋମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି ବୋଲି ରାୟଗଡ଼ା ଏସ୍‌ପି ଶର୍ବଣା ବିବେକ୍ ଏମ୍ ସୂଚନା ଦେଇଛନ୍ତି।

Comment