ଓଡ଼ିଶାଲାଇଭ୍ ବ୍ୟୁରୋ

ଘରୋଇ ଓଡ଼ିଶା ଏଫସି କଳିଙ୍ଗ ଷ୍ଟାଡିୟମରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଆଇଏସ୍ଏଲର ଏକ ରୋମାଞ୍ଚକର ମ୍ୟାଚରେ ଜାମସେଦପୁର ଏଫସି ୨-୧ଗୋଲରେ ହରାଇଛି ଓଡ଼ିଶା ଏଫସି।ଘରୋଇ ପଡ଼ିଆରେ ପ୍ରଥମ ଥର ପାଇଁ ଖେଳୁଥିବା ଓଡ଼ିଶା ଏଫସି ଦଳ ଶୁକ୍ରବାର ନିଜର ୧୦ତମ ମ୍ୟାଚ୍ ଖେଳିଥିଲା। ଘରୋଇ ପଡ଼ିଆରେ ଦର୍ଶକମାନଙ୍କର ସମର୍ଥନ ପାଇ ଆରମ୍ଭରୁ ଆକ୍ରମଣାତ୍ମକ ପନ୍ଥା ଆପଣାଇଥିଲା ଓଡ଼ିଶା ଏଫସି। ମ୍ୟାଚର ୨୮ ତମ ମିନିଟରେ ଓଡ଼ିଶା ଏଫସି ତରଫରୁ ଫରୱାର୍ଡରେ ଖେଳୁଥିବା ଆରଡାନ ସାଣ୍ଟାନା ପ୍ରଥମ ଗୋଲ୍ ଦେଇଥିଲେ। ଏହାପରେ ଜାମସେଦପୁର ଏଫସି ମଧ୍ୟ ଗୋଲ ଦେଇ ସ୍ଥିତି ବରାବର କରିଥିଲା।

ତେବେ ପ୍ରଥମ ହାଫ୍ ଶେଷ ହେବା ପୂର୍ବରୁ ଆରାଡାନ ସାଣ୍ଟାନା ପୁଣି ଗୋଟିଏ ଗୋଲ୍ ଦେଇଥିଲେ। ଫଳରେ ଓଡ଼ିଶା ଏଫସି ପ୍ରଥମ ହାଫକୁ ୨-୧ରେ ଶେଷ କରିଥିଲା। ଦିତୀୟ ହାଫରେ କୌଣସି ଦଳ ଗୋଲ୍ କରିପାରିନଥିଲେ। ଶେଷରେ ଓଡ଼ିଶା ଏଫସି ୨-୧ରେ ଆଗୁଆ ରହିବା ସହ ମ୍ୟାଚ୍ ଶେଷ ହୋଇଥିଲା।ଏହି ବିଜୟ ସହ ଓଡ଼ିଶା ଏଫସି ୧୦ଟି ମ୍ୟାଚରୁ ୩ଟି ବିଜୟ, ୪ଟି ପରାଜୟ ଓ ୩ଟି ଡ୍ର ସହ ମୋଟ୍ ୧୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଆସନ୍ତା ଜାନୁଆରି ୬ ତାରିଖରେ ଓଡ଼ିଶା ଏଫସି ଚେନ୍ନାଇୟିନ ଏଫସି ସହ ନିଜର ଆଗାମୀ ମ୍ୟାଚ୍ ଖେଳିବ।

Comment