ଓଡ଼ିଶାଲାଇଭ୍ ବ୍ୟୁରୋ

ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ଏୟାରପୋର୍ଟରୁ ବିଳମ୍ବରେ ୫୦୦ ବିମାନ ଉଡ଼ାଣ ଭରିଛି।

ଥରୁଛି ରାଜଧାନୀ ଦିଲ୍ଲୀ। ଅସହ୍ୟ ଶୀତ ଯୋଗୁଁ ଲୋକେ ଘରୁ ବାହାରି ପାରୁ ନାହାନ୍ତି। ଯିଏ ବି ବାହାରୁଛନ୍ତି ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସୋମବାର ଦିଲ୍ଲୀରେ ଶୀତ ୧୧୯ ବର୍ଷର ରେକର୍ଡ ଭାଙ୍ଗିଛି।

ସୋମବାର ଦିଲ୍ଲୀର ତାପମାତ୍ରା ୯.୪ ଡିଗ୍ରୀ ରହିଥିଲା। ୧୯୦୧ ପରେ ଏହି ତାପମାତ୍ରା ସବୁଠୁ କମ୍‌ ବୋଲି କୁହାଯାଉଛି।

ଦିନ ସାଢ଼େ ୨ଟା ବେଳେ ପାଲମରେ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆୟା ନଗରରେ ୭.୮ ଡିଗ୍ରୀ, ରିଜ୍‌ରେ ୮.୪ ଡିଗ୍ରୀ, ଲୋଧି ରୋଡ୍‌ରେ ୯.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

୧୯୯୭ ଡିସେମ୍ବର ୨୮ରେ ଦିଲ୍ଲୀରେ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ଏହି ସମୟରେ ସର୍ବାଧିକ ତାପମାତ୍ରା ରହିଥିଲା ୧୧.୩ ଡିଗ୍ରୀ ସେଲ୍‌ସିୟସ୍‌।

ସୋମବାର ସକାଳେ ଦିଲ୍ଲୀର ସର୍ବନିମ୍ନ ତାପାତ୍ରା ୩ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ରାଜସ୍ଥାନ, ଉତ୍ତରପ୍ରଦେଶ, ଦିଲ୍ଲୀ-ଏନ୍‌ସିଆର୍‌, ମଧ୍ୟପ୍ରଦେଶ, ବିହାର, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ଶୀତ ଲହରି ଲାଗି ରହିଛି।

ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ଏୟାରପୋର୍ଟରୁ ୫୦୦ ବିମାନ ବିଳମ୍ବରେ ଉଡ଼ାଣ କରିଛି। ୨୧ଟି ରୁଟ୍‌ରେ ବିମାନର ଗତିପଥ ବଦଳା ଯାଇଥିବା ବେଳେ ୫ଟି ବିମାନର ଉଡ଼ାଣ ବାତିଲ କରାଯାଇଛି।

Comment