ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସବୁସ୍ଥାନରେ ଖସୁଛି ରାତିର ତାପମାତ୍ରା। ଦାରିଙ୍ଗିବାଡ଼ିରେ ରାତିର ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଆସିଛି। ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ତଳକୁ ଖସିଛି।

ଗୁରୁବାର କଟକରେ ରାତିର ତାପମାତ୍ର ୧୬.୨ ଡିଗ୍ରୀ ହ୍ରାସ ପାଇଥିବା ବେଳେ ଭୁବନେଶ୍ୱର ତାପମାତ୍ରା ୧୭.୮ ଡିଗ୍ରୀକୁ ଖସିଛି। ବାଲେଶ୍ୱରର ତାପମାତ୍ରା ୧୭.୮ ଡିଗ୍ରୀ ରେକର୍ଡ କରାଯାଇଛି।

ଶୁକ୍ରବାର ଭୁବନେଶ୍ୱରରେ ସାମାନ୍ୟ କୁହୁଡ଼ି ପଡ଼ିବା ସହ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ଭିତରେ ରହିବ। ଦାରିଙ୍ଗିବାଡ଼ିରେ ସକାଳର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ, ସୁନ୍ଦରଗଡ଼ରେ ୧୨.୫ ଡିଗ୍ରୀ, କୋରାପୁଟରେ ୧୩.୬ ଡିଗ୍ରୀ, ଫୁଲବାଣୀରେ ୧୩.୮ ଡିଗ୍ରୀ, ଟିଟିଲାଗଡ଼ରେ ୧୪.୧ ଡିଗ୍ରୀ ଓ ଅନୁଗୁଳରେ ୧୩.୮ ଡିଗ୍ରୀ ତାପମାତ୍ରା ରହିଛି।

Comment