ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କିଛି ଦିନ ପରେ ପୁଣି ଫେରିଛି ଶୀତଲହରୀ। ଶୁକ୍ରବାରଠାରୁ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ କମିଛି ତାପମାତ୍ରା। ଆଉ ୨ରୁ ୩ ଦିନ ଯାଏଁ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ବିଶେଷ କମି ନଥିଲେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ଅଧିକ ଥଣ୍ଡା ପଡ଼ୁଛି। ଏବେ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବେଶ କରୁଥିବାରୁ ଶୀତ ବଢ଼ୁଛି।

ଶନିବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାର କିରେଇରେ ୮ ଡିଗ୍ରୀ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସୁନ୍ଦରଗଡ଼ରେ ୯.୭ ଡିଗ୍ରୀ, ଭଦ୍ରକର ରାଣୀତାଲରେ ୧୦.୬ ଡିଗ୍ରୀ, ରାଉରକେଲାରେ ୧୦.୮ ଡିଗ୍ରୀ, ଜି.ଉଦୟଗିରିରେ ୧୦ ଡିଗ୍ରୀ ଏବଂ ଝାରସୁଗୁଡ଼ାରେ ୧୧.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଅନ୍ୟପଟେ ଶନିବାର ସକାଳେ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। କୁହୁଡ଼ି ଯୋଗୁଁ ବେଶି ଦୂର ଯାଏଁ କିଛି ଦେଖାଯାଉନଥିବାରୁ ଲୋକଙ୍କୁ ଗାଡ଼ି ମୋଟର ଚଳାଇବାରେ ସମସ୍ୟା ହୋଇଥିବା ଦେଖିବାକୁ ମିଳୁଛି।

Tags: #ColdWave #Winter #Fog #NightTemperature #WeatherUpdates #MCBBSR #Odisha

LEAVE A REPLY

Please enter your comment!
Please enter your name here