ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଆଉ ପଡ଼ିବନି ଆବର୍ଜନା। ଏଠାରେ ଥିବା ଡମ୍ପିଂୟାର୍ଡକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ଵର ମହାନଗର ନିଗମ କମିସନର ପ୍ରେମନାରାୟାଣ ଚୌଧୁରୀ। ଏହାସହ ଭୁବନେଶ୍ଵରରେ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ତିଆରି ହେବ।

“ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ୪୩ଟି ମାଇକ୍ର କମ୍ପୋଷ୍ଟିଂ ସେଣ୍ଟର ଖୋଲାଯାଇଛି। ୬ରୁ ୮ ମାସରେ ଏସବୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର କାର୍ଯ୍ୟକ୍ଷମ ହେବ। କାର୍ଯ୍ୟକ୍ଷମ ପରେ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଆଉ ଅଳିଆ ପଡ଼ିବନାହିଁ। ବର୍ତ୍ତମାନ ଦାରୁଠେଙ୍ଗରେ ଥିବା ଅଳିଆ ବାୟୋମାଇନିଂ କରାଯାଇ ରିସାଇକ୍ଲିଂ କରାଯିବ” କହିଛନ୍ତି ବିଏମ୍‌ସି କମିସନର।

ବର୍ତ୍ତମାନ ସୈନିକ ସ୍କୁଲ ପାଖରେ ପ୍ରଥମ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି କୋମ୍ପୋଷ୍ଟି ସେଣ୍ଟରର କ୍ଷମତା ରହିବ ୫ ଟନ୍‌। ଏହି ପ୍ରକ୍ରିୟା ଦ୍ଵାରା ଅଳିଆ ଆବର୍ଜନାକୁ ପନଃପ୍ରକ୍ରିୟାକରଣ କରାଯାଇ କାର୍ଯ୍ୟକ୍ଷମ କରାଯିବ।

Comment