ଓଡ଼ିଶାଲାଇଭ୍‌ ବ୍ୟୁରୋ

ବସ୍‌ ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ବଢ଼ିଲା ବସ୍ ଭଡ଼ା। ଅଟୋମେଟିକ୍‌ ମେକାନିଜିମ୍‌ରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ଶେଷ ଥର ଏହି ବସ୍‌ ଭଡ଼ା ୨୦୧୯ ଜୁଲାଇ ମାସରେ ବୃଦ୍ଧି ପାଇଥିଲା। ବର୍ତ୍ତମାନ ପୁଣି ୫ ମାସ ପରେ ବସ୍‌ ଭଡ଼ା ବଢ଼ିଛି।

ଅର୍ଡିନାରି ବସ୍‌ କିଲୋମିଟର ପିଛା ଥିଲା ୬୯ ପଇସା ବୃଦ୍ଧି ପାଇ ୭୦ ପଇସା ହୋଇଛି। ଏକ୍ସପ୍ରେସ ବସ୍‌ ଭଡ଼ା ଥିଲା ୭୨ ପଇସା ଏହା ବୃଦ୍ଧି ପାଇ ୭୩ ପଇସା ହୋଇଛି। ସେହିପରି ଡିଲକ୍ସ ବସ୍‌ ଭଡ଼ା ଥିଲା ୯୯ ପଇସାରୁ ୧ ଟଙ୍କା ୧ ପଇସାରେ ପହଞ୍ଚିଛି। ଏସି ଡିଲକ୍ସ କିଲୋମିଟର ପିଛା ଥିଲା ୧ ଟଙ୍କା ୨୧ ପଇସା ଏହା ବୃଦ୍ଧି ପାଇ ୧ ଟଙ୍କା ୨୩ ପଇସା ହୋଇଛି।

ଶେଷଥର ପାଇଁ ୨୦୧୯ ଜୁଲାଇ ୧୧ ତାରିଖରେ ବସ୍‌ ଭଡ଼ା ବୃଦ୍ଧି ପାଇଥିଲା। ଏବେ ପୁଣି ବସ୍‌ ଭଡ଼ା ବଢ଼ିବା ଯାତ୍ରୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି।

Comment