ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୩ରୁ ରାଜ୍ୟର ବିଭିନ୍ନ ବନଖଣ୍ଡ, ଜଳାଶୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହିକ୍ରମରେ ମଙ୍ଗଳବାର ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା ହୋଇଛି।

୩ଟି ଡିଭିଜନରେ ଏହି ଗଣନା କାର୍ଯ୍ୟ ଚାଲିଛି। ହୀରାକୁଦ, ଝାରୁସୁଗୁଡା ଓ ସମ୍ବଲପୁର  ଡିଭିଜନ ପାଇଁ ୭୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା।

ମୋଟ ୨୧ଟି ସେକ୍ଟରରେ ଗଣନା ହୋଇଥିଲାବେଳେ ପ୍ରତି ସେକ୍ଟରରେ ଜଣେ ଲେଖାଁଏ ବିଶେଷଜ୍ଞ, କର୍ମଚାରୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର, ଏନଜିଓ କର୍ମଚାରୀ ସାମିଲ ଥିଲେ।

Comment