ଓଡ଼ିଶାଲାଇଭ୍ ବ୍ୟୁରୋ

ଜାନୁଆରି ୧୨ରେ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଦିନ। ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଯୁବ ଦିବସ ଭାବେ ପାଳନ କରାଯାଏ।

ଆଧୁନିକ ଭାରତର ନିର୍ମାତା କୁହାଯାଉଥିବା ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ। ବିବେକାନନ୍ଦଙ୍କ ଦର୍ଶନ ଓ ଆଦର୍ଶ ଆଡ଼କୁ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଭାରତ ସରକାର ତାଙ୍କ ଜନ୍ମ ଦିବସକୁ ଯୁବ ଦିବସ ରୂପେ ପାଳନ କରିବାକୁ ଘୋଷଣା କରିଥିଲେ।

ବିବେକାନନ୍ଦଙ୍କ ବିଚାର ଧାରା ଓ ଜୀବନଶୈଳୀ ଦ୍ୱାରା ଯୁବପିଢ଼ିଙ୍କୁ ପ୍ରୋତ୍ସାହିତ କରିବାକୁ ସରକାର ଏପରି ନିଷ୍ପତ୍ତି ନେଇଥିଲେ।

କାର୍ଯ୍ୟକ୍ରମରେ ବିବେକାନନ୍ଦଙ୍କ ଜୀବନୀ ଓ ତାଙ୍କ ବିଚାରଧାରା ସମ୍ପର୍କରେ ଆଲୋଚନା ହୋଇଥାଏ। ତାଙ୍କ ବିଚାର ଏପରି ଥିଲା ଯାହା ନିରାଶମାନଙ୍କୁ ପ୍ରୋତ୍ସାହିତ କରୁଥିଲା।

୧- ଯେଉଁ ପର୍ଯ୍ୟନ୍ତ ବଞ୍ଚିଛ ସେ ପର୍ଯ୍ୟନ୍ତ କିଛି ଶିଖ, ଅନୁଭବ ହିଁ ସର୍ବଶ୍ରେଷ୍ଠ ଶିକ୍ଷକ।

୨- ଯେତେ ବଡ଼ ସଂଘର୍ଷ, ସେତେ ବଡ଼ ସଫଳତା।

୩- ପଢ଼ିବା ପାଇଁ ଜରୁରୀ ଏକାଗ୍ରତା, ଏକାଗ୍ରତା ପାଇଁ ଜରୁରୀ ଧ୍ୟାନ।

୪- ପବିତ୍ରତା, ଧୈର୍ଯ୍ୟ, ଉଦ୍ୟମ – ତିନି ଗୁଣ ମୁଁ ଏକା ସଙ୍ଗରେ ଚାହେଁ।

୫- ଉଠ ଏବଂ ଜାଗ୍ରତ ହୁଅ, ସେ ପର୍ଯ୍ୟନ୍ତ ଅଟକ ନାହିଁ ଯେଉଁ ପର୍ଯ୍ୟନ୍ତ ତୁମେ ତୁମ ଲକ୍ଷ୍ୟ ହାସଲ ନକରିଛ।

୬- ଗୋଟିଏ ସମୟରେ ଗୋଟିଏ କାମ କର, ସେହି କାମକୁ ମନ ଦେଇ କର।

୭- ଯେଉଁ ପର୍ଯ୍ୟନ୍ତ ତୁମେ ନିଜ ଉପରେ ବିଶ୍ୱାସ ନକରିପାରିବ ସେ ଯାଏଁ ତୁମେ ଭଗବାନଙ୍କୁ ବିଶ୍ୱାସ କରିପାରିବ ନାହିଁ।

୮- କେହି ତୁମର ନିନ୍ଦା କରନ୍ତୁ ବା ପ୍ରଂଶସା, ନ୍ୟାୟ ପଥରୁ କେବେ ଓହର ନାହିଁ।

Comment