ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ କୋଣାର୍କରେ ସୋମବାର ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି। ଦେଶବ୍ୟାପୀ ପ୍ରତି ବର୍ଷ ଆରମ୍ଭରୁ ଜାନୁଆରି ମାସର ୧୧ ତାରିଖରୁ ୧୭ ତାରିଖ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳନ କରାଯାଏ। ସେହିପରି କୋଣାର୍କରେ ଆଜି ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ କୋଣାର୍କ ଥାନା ଅଧିକାରୀ ରଂଜନ ମଲ୍ଲିକ, ଚନ୍ଦ୍ରଭାଗା ମେରାଇନ ଓ ରାମଚଣ୍ତି ଥାନା ଅଧିକାରୀ ନିଳିମା ପଟ୍ଟନାୟକ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଟ୍ରାଫିକ ସବ ଇନ୍ସପେକ୍ଟର ସୁଶାନ୍ତ କୁମାର ପାତ୍ର, କୋଣାର୍କ ଭଗବତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ଚରଣ ମିଶ୍ର, ସମାଜ ସେବୀ ରାମ କୃଷ୍ଣ ମହାନ୍ତିଙ୍କ ସମେତ ବିଭିନ୍ନ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ।

ଏହା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଟ୍ରାଫିକ ନିୟମ ଓ ସଡ଼କ ସୁରକ୍ଷା ଉପରେ ସଚେତନ କରାଯାଇଥିଲା।

Comment