ଓଡ଼ିଶାଲାଇଭ୍‌ଡ଼ ବ୍ୟୁରୋ

ଯାଜପୁର ବଡ଼ଚଣା ଅଞ୍ଚଳରେ ନକଲି ଜର୍ଦ୍ଦା ତିଆରି କାରଖାନା ଉପରେ ଚଢ଼ାଉ କରଛି ପୋଲିସ। ବଡ଼ଚଣା ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା, ବିଭିନ୍ନ ସାମଗ୍ରୀକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ।

ସୋମବାର ସକାଳୁ ଜର୍ଦ୍ଦା ତିଆରି ସାମଗ୍ରୀ, ଜର୍ଦ୍ଦା ପ୍ୟାକିଂ ମେସିନ, ବିଭିନ୍ନ କଂପାନିର ଜର୍ଦ୍ଦା ଡବା ଜବତ ହୋଇଥିଲା।

ସୂଚନା ଅନୁସାରେ ଲୋକପ୍ରିୟ ଗୋପାଳ ଜର୍ଦ୍ଦା, ଶିବ ଜର୍ଦ୍ଦା, କରି ଏମାନେ ବିକ୍ରି କରୁଥିଲେ। ଦୀର୍ଘଦିନ ହେବ ଏହି ବ୍ୟବସାୟ ଚାଲିଥିଲା। ପୋଲିସ ଏହି ଜର୍ଦ୍ଦା କାରଖାନା ଠାବ କରିବା ପରେ ଅଧିକ ତଦନ୍ତ ପାଇଁ ଛାନଭିନ ଆରମ୍ଭ କରିଛି। କରବାରରେ ଆଉ କିଏ କିଏ ସଂପୃକ୍ତି ଅଛନ୍ତି ତାର ଖୋଳତାଡ ଚଳାଇଛି ପୋଲିସ।

Comment