ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଟିମ୍ ଇଣ୍ଡିଆ ୨୫୫ ରନରେ ଅଲଆଉଟ୍ ହୋଇଯାଇଛି। ଓପନର ଶିଖର ଧାୱନଙ୍କ ଦମଦାର ଇଂନିସ ବଳରେ ଟିମ୍ ଇଣ୍ଡିଆ ଏହି ଲକ୍ଷ୍ୟ ଧାର୍ଯ୍ୟ କରିପାରିଛି।

ମଙ୍ଗଳବାର ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଉଛି। ମ୍ୟାଚରେ ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଦଳ ପାଇଁ ଓପନିଂ କରିଥିଲେ। ତେବେ ରୋହିତ ଶର୍ମା ବିଫଳ ହୋଇଥିଲେ। ବ୍ୟାଟିଂରେ ଶିଖର ଧାୱନ, ଲୋକେଶ ରାହୁଲଙ୍କ ବ୍ୟତୀତ ଅନ୍ୟ ସମସ୍ତେ ବିଫଳ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ତିନି ୱିକେଟ୍ ହାସଲ କରିଥିବାବେଳେ ପ୍ୟାଟ୍ କମିନ୍ସ, ରିଚାର୍ଡସନ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

Comment