ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମକର ସଂକ୍ରାନ୍ତି। ଭାରତର ସବୁ ପ୍ରାନ୍ତରେ ଏହାକୁ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ। ଖାସ୍‌ କରି ଏହା ଦକ୍ଷିଣ ଭାରତର ସବୁଠାରୁ ବଡ଼ ପର୍ବ। ଦକ୍ଷିଣଭାରତରେ ଏହାକୁ ପୋଙ୍ଗଲ ବୋଲି କୁହାଯାଏ। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତରାୟଣ ଗତି କରିଥା’ନ୍ତି।

ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଦେଇ ମକର ଚାଉଳ ପ୍ରସ୍ତୁତ ହୋଇଥାଏ। ଏହି ମକର ଚାଉଳକୁ ସୂର୍ଯ୍ୟଙ୍କୁ ଅର୍ପଣ କରି ସମସ୍ତେ ସେବନ କରିଥା’ନ୍ତି।

ଏହି ସଂକ୍ରାନ୍ତିରେ ଓଡ଼ିଶାର ଉତ୍ତରାଞ୍ଚଳରେ ମକରଯାତ୍ରା ଆୟୋଜିତ ହୋଇଥାଏ।

Comment